୨୦୦ କିଲୋର ରୁପା ଇଟା ଚୋରି ; ଚମ୍ପତ ରାୟ ଓ ଅନିଲ ମିଶ୍ରାଙ୍କ ଇସ୍ତଫା
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ କରିବା ଘଟଣାରେ ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କୁ ସ୍ଥାନୀୟ ଅଦାଲତ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତମାନେ ଏବେ ଜେଲ୍ରେ ରହିବେ। ସୋମବାର ସେମାନଙ୍କୁ ପୁନର୍ବାର କୋର୍ଟରେ ହାଜର କରାଯିବ। ଜେଲ୍ ଯାଇଥିବା ଅଭିଯୁକ୍ତମାନେ ହେଲେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ରା, ମନୀଷ ଯାଦବ, ରାମଶଙ୍କର ମିଶ୍ରା, ରାମଶଙ୍କର ଯାଦବ ଓରଫ ଟିନ୍ନୁ, ସୁଭାଷ ଚନ୍ଦ୍ର ଶ୍ରୀବାସ୍ତବ, କରୁଣେଶ ପାଣ୍ଡେ ଓ ଲବକୁଶ ମିଶ୍ରା। ଏହିସବୁ ଅଭିଯୁକ୍ତଙ୍କ ବିରୋଧରେ ଗୁରୁବାର ପୁଲିସ ନିକଟରେ ଏତଲା ଦାୟର କରାଯାଇଥିଲା।

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ରା ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ କରାଯିବା ଘଟଣାରେ ନିଜକୁ ନୈତିକ ଭାବେ ଦାୟୀ କରି ଏହି ଦୁଇ ଜଣ ଇସ୍ତଫା ଦେଇଛନ୍ତି। ତେବେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଏହି ଘଟଣାରେ ଚମ୍ପତ ରାୟଙ୍କ ସ୍ବଚ୍ଛତାକୁ ସମ୍ମାନ ଜଣାଇଛନ୍ତି। ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ଚମ୍ପତଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ।












Click it and Unblock the Notifications