ଭାରତ ଗସ୍ତରେ ଆସିବେ ଡୋନାଲ୍ଡ ଟ୍ରମ୍ପ୍, ମଜବୁତ ହେବ ନୂଆଦିଲ୍ଲୀ-ଓ୍ୱାଶିଂଟନ୍ ସମ୍ପର୍କ

ଭାରତ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆସନ୍ତା ବର୍ଷର ଆରମ୍ଭରେ ସେ ଭାରତ ଗସ୍ତ କରିବେ । ଏନେଇ ୟୁଏସ ବୈଦେଶିକ ସଚ୍ଚିବ ମାର୍କୋ ରୁବିୟୋ ସୂଚନା ଦେଇଛନ୍ତି । ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଏବଂ କୁଟନୈତିକ ସମ୍ପର୍କକୁ ମଜବୁତ କରିବ ।

Donald Trump

ମାର୍କୋ କହିଛନ୍ତି ଯେ, ଟ୍ରମ୍ପ୍ ଭାରତ ଗସ୍ତରେ ଆସି ଅନେକ ଐତିହାସିକ ଚୁକ୍ତିର ରୂପରେଖ ଚୂଡାନ୍ତ କରିବେ । ଏହି ଗସ୍ତରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଟ୍ରେଡ୍ ଡିଲ୍ ବା ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଉଭୟଙ୍କର ବ୍ୟକ୍ତିଗତ ସମ୍ପର୍କ ମଜବୁତ ଅଛି । ଉଭୟ ନେତା ଏକା ଭଳି ଚିନ୍ତା କରନ୍ତି । ନିଜେ ଟ୍ରମ୍ପ୍ ମୋଦୀଙ୍କ ବଡ ପ୍ରଶଂସକ ବୋଲି କହି ସାରିଛନ୍ତି । କାରଣ ମୋଦୀଙ୍କ ନେତୃତ୍ୱରେ ଭାରତ ନୂଆ ବିଶ୍ୱଶକ୍ତି ହୋଇପାରିଛି । ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଚୁକ୍ତି ଅସୀମିତ ସମ୍ଭାବନାକୁ ବାସ୍ତବତାର ରୂପ ଦେବ ।

ଭାରତକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଭାରତ ପାଖରେ ଅଶୋଦ୍ଧିତ ତୈଳକୁ ରିଫାଇନ୍ କରିବାର ପର୍ଯ୍ୟାପ୍ତ କ୍ଷମତା ରହିଛି । ଏବେ ଭାରତ ଆମେରିକା ଏବଂ ଭେନେଜୁଏଲା ଅଶୋଦ୍ଧିତ ତୈଳର ସପ୍ଲାଏ ବଢାଇବାକୁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଆମେରିକା ଭିସା ସିଷ୍ଟମରେ ଯେଉଁ ପରିବର୍ତ୍ତନ କରୁଛି ଏଥିରେ ଭାରତର କୌଣସି କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି ।

ଆମେରିକା ରାଷ୍ଟ୍ରଦୂତ ବି ଦେଇଛନ୍ତି ବୟାନ

ଭାରତରେ ଅବସ୍ଥାପିତ ୟୁଏସ ରାଷ୍ଟ୍ରଦୂତ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ସହଯୋଗ ରହିଛି । ବାଣିଜ୍ୟିକ ଚୁକ୍ତି ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ୟୁଏସର ନୂଆ ଭିସା ନିୟମ ଭାରତକୁ ଟାର୍ଗେଟ୍ କରି କରାଯାଇ ନାହିଁ । ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ ଉଭୟ ଦେଶର ଉତ୍ତମ ସମ୍ପର୍କର ଶକ୍ତି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+