ରାଜ୍ୟରୁ ଗାୟପ ଶୀତ, ଏବେଠୁ ହେଲାଣି ପ୍ରଚଣ୍ଡ ଖରା
ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା ।

ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ ୩୧.୪, ଭଦ୍ରକରେ ୩୧.୨, ପାରଳାଖେମୁଣ୍ଡିରେ ୩୧.୨, ଅନୁଗୁଳରେ ୩୧.୧, ଜଗତସିଂହପୁରରେ ୩୧ ଡିଗ୍ରୀ, ସମ୍ବଲପୁର ୩୦.୮, ପୁରୀ ୩୦.୭ ଡିଗ୍ରୀ ଥିଲା । ଅନ୍ୟପଟେ ରାତି ତାପମାତ୍ରା ବଢ଼ିଛି । ଗତ ୪ ଦିନ ଭିତରେ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ପାଇଛି ।
ମଙ୍ଗଳବାର ରାତିରେ ଜି.ଉଦୟଗିରି ତାପମାତ୍ରା ୫.୮, ସେମିଳିଗୁଡ଼ା ୭.୬, ଫୁଲବାଣୀ ୯ ଡିଗ୍ରୀ ଥିଲା । ପାଣିପାଗ ବିଭାଗର ଆକଳନ, ବର୍ତ୍ତମାନ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।
More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications