ବଢୁଛି ଯୁଦ୍ଧ, ଇରାନର ତୈଳ ଟାଙ୍କି ଉପରେ ଆମେରିକାର ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଯୁଦ୍ଧ ଆହୁରି ଉଗ୍ର ରୁପ ନେଉଛି । ଆମେରିକା ସହ ମିଶି ଇସ୍ରାଏଲ ଇରାନର ସାଉଥ ପାର୍ସରେ ଥିବା ଗ୍ୟାସ ଫିଲଡ ଉପରେ ଆକ୍ରମଣ କରିଛି । ସାଉଥ ପର୍ସ ଗ୍ୟାସ ଫିଲ୍ଡର ପେଟ୍ରୋକେମିକାଲ୍ସ କମ୍ପେକ୍ସକୁ ଟାର୍ଗେଟ କରିଛି ଇସ୍ରାଏଲ। ମିସାଇଲ ମାଡ଼ରେ ପେଟ୍ରୋକେମିକାଲ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ସେହିପରି ଇରାନର ଶକ୍ତି କେନ୍ଦ୍ର ଅସଲୁୟେହ ଉପରେ ମଧ୍ୟ ଆକ୍ରମଣ ହୋଇଛି । ତେବେ ଆକ୍ରମଣରେ କେତେ କ୍ଷୟ କ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ ।
ଇସ୍ରାଏଲ ଓ ଆମେରିକାର ଆକ୍ରମଣକୁ ନେଇ ପୁଷ୍ଟି କରିଛି ଇରାନ ନ୍ୟୁଜ ଏଜେନ୍ସୀ । ସାଉଥ ପାର୍ସ ଗ୍ୟାସ ଫିଲଡ ଉପରେ ଆକ୍ରମଣ ପରେ ତୈଳ ସଂକଟର ସହ ଜୁଝୁଥିବା ବିଶ୍ୱ ସମୁଦାୟର ଚିନ୍ତା ବଢ଼ିଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ବିଶ୍ୱ ତୈଳ ବଜାରରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୧୧୦ ଡଲାରକୁ ଛୁଇଁଛି । ସେହିପରି ଗ୍ୟାସର ଦର ମଧ୍ୟ ୬ ପ୍ରତିଶତ ଦର ବୃଦ୍ଧି ପାଇ ଥର୍ମ ପିଛା ୧୪୦ ପେନ୍ସ ହୋଇଛି । ଅନ୍ୟପଟେ ପାର୍ସ ପେଟ୍ରୋକେମିକାଲ୍ସ ଫିଲଡ ଉପରେ ଆକ୍ରମଣ ପରେ ଚିହିଁକି ଉଠିଛି ଇରାନ । ଖାଡ଼ି ଦେଶର ଗ୍ୟାସ ଓ ତୈଳ ଠିକଣା ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ।

-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications