ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର
ଆଜି ରାଜ୍ୟସଭା ନିର୍ବାଚନ । ୩ ଦଳରେ ଛାତି ଧଡ଼ଧଡ଼ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ । ଜଣଙ୍କ ପରେ ଜଣେ ଆସି ଦେଉଛନ୍ତି ଭୋଟ୍ । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ । ଅପରାହ୍ନ ୫ଟାରେ ହେବ ଭୋଟ ଗଣତି । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ତେବେ ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ସେ କହିଛନ୍ତି ମୁଁ ମେଫେୟାରକୁ ସବୁବେଳେ ଆସେ । ଏଥିରେ ନୂଆ କଣ? ଭୋଟିଂ ଶେଷ ହେଉ । ରେଜଲ୍ଟକୁ ଅପେକ୍ଷା କରନ୍ତୁ । ଏବେଠୁ କହିବା ଅସମ୍ଭବ । ଦିଲୀପ ରାୟଙ୍କ ସହିତ ଭେଟ ହୋଇଛି । ମନମୋହନ ସାମଲଙ୍କ ସହିତ ଭେଟଘାଟ ହୋଇନାହିଁ । ଆପଣ ଅପେକ୍ଷା କରନ୍ତୁ । ତେବେ ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଛନ୍ତି ବିଜୟ ମହାପାତ୍ର । ସେ ଆହୁରି କହିଛନ୍ତି ଅରବିନ୍ଦ ଛୋଟ ପିଲା ନୁହେ, ସେ ତାଙ୍କ ଇଚ୍ଛାରେ ଭୋଟ ଦେବେ । କାରଣ ଅରବିନ୍ଦ ଏବେ ନିଲମ୍ୱିତ ବିଧାୟକ । ସମସ୍ତଙ୍କ ନଜର ଅରବିନ୍ଦଙ୍କ ଭୋଟ୍ ଉପରେ ।
More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications