ସମ୍ବଲପୁର ଜିଲ୍ଲାର ୨ଟି ଗାଁକୁ ସଟଡାଉନ୍ ଘୋଷଣା
ସମ୍ବଲପୁର ଚିପିଲିମାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଚିପିଲିମା ରାଜସ୍ବ ଗ୍ରାମ ଓ ଚାରପାଲି ଗ୍ରାମକୁ ସଟଡାଉନ୍ ଘୋଷଣା କରାଯାଇଛି ।
ସମ୍ବଲପୁର: ସମ୍ବଲପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସମ୍ବଲପୁର ଚିପିଲିମାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଚିପିଲିମା ରାଜସ୍ବ ଗ୍ରାମ ଓ ଚାରପାଲି ଗ୍ରାମକୁ ସଟଡାଉନ୍ ଘୋଷଣା କରାଯାଇଛି ।

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ କର୍ଡୋଲା ପଞ୍ଚାୟତ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ଉପଯୋଗ କରି ଏହି ଦୁଇଟି ଗାଁକୁ ସଟଡାଉନ୍ ଘୋଷଣା କରିଛନ୍ତି । ୨୦ ତାରିଖରୁ କରାଯାଇଥିବା ଏହି ସଟଡାଉନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରପଞ୍ଚ ନୋଟିସ ମାରିଛନ୍ତି । ଚିପିଲିମାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ନୋଟିସରେ ଉଲ୍ଲେଖ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨,୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୬୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।












Click it and Unblock the Notifications