ଏଥର ନୂଆ ହେବ ବ୍ରହ୍ମ ତାଳଧ୍ୱଜ ରଥ ,ନିର୍ମାଣ ପାଇଁ ୧ କୋଟି
ତୁଳସୀ କ୍ଷେତ୍ରରେ ଗଡୁଥିବା ବ୍ରହ୍ମ ତାଳଧ୍ୱଜ ରଥ ଏଥର ନୂଆ ହେବ । ଅର୍ଥାତ ପୂର୍ବରୁ ଯେପରି ପୁରୁଣା ରଥକୁ ମରାମତି କରାଯାଉଥିଲା ତାହା ହେବ ନାହିଁ । ରଥ ପାଇଁ ବ୍ୟବହାର ହେଉଥିବା ସମସ୍ତ ଚକ, ଅଖ ନୂଆ ହେବ । ପୂର୍ବ ବର୍ଷର କୌଣସି ପୁରୁଣା କାଠ ବ୍ୟବହାର ହେବ ନାହିଁ । ଏହି ନୂଆ ରଥ ନିର୍ମାଣ ପାଇଁ ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ ବୋଲି ବିଧି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବଳଦେବଜୀଉ ମନ୍ଦିର ପ୍ରଶାସନର ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ନୂତନ ରଥ ନିର୍ମାଣ କରିବା ପାଇଁ ହେଲେ ୩୫୫୦ କୁବିକ ଫୁଟ ଶାଳ କାଠର ଆବଶ୍ୟକତା ରହିଛି ।

ଏହି କାଠକୁ ବନ ବିଭାଗ ଠାରୁ କିଣିବାକୁ ପଡିବ । କାରଣ ସରକାର କେବଳ ପୁରୀ ରଥଯାତ୍ରା ଓ ଲିଙ୍ଗରାଜ ରଥଯାତ୍ରା ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି । ହେଲେ କେନ୍ଦ୍ରାପଡ଼ାର ବ୍ରହ୍ମତାଳଧ୍ୱଜ ରଥ ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି ନାହିଁ । ପ୍ରତିବର୍ଷ ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ୬୩୮ କୁବିକ ଫୁଟର କାଠର ଆବଶ୍ୟକତା ପଡିଥାଏ ।
କାରଣ ପୁରୁଣା ରଥକୁ କେବଳ ମରାମତି କରାଯାଇଥାଏ । ହେଲେ ଚଳିତ ବର୍ଷ ନୂତନ ରଥ ନିର୍ମାଣ ପାଇଁ ସରକାର ନିର୍ଦେଶ ଦେଇଥିବାରୁ ବନ ବିଭାଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯିବ । ବନ ବିଭାଗ ଯେଉଁ ଜଙ୍ଗଲରୁ କାଠ ଆଣିବା ପାଇଁ କହିବ , ସେଠାରୁ କାଠ ଅଣାଯିବ । ମୁଖ୍ୟତଃ ନୟାଗଡ଼ କିମ୍ବା କେନ୍ଦୁଝର ଜଙ୍ଗଲରୁ କାଠ ଅଣାଯାଇଥାଏ । ତେଣୁ ବନ ବିଭାଗ ଯେଉଁ ଜଙ୍ଗଲ ଚିହ୍ନଟ କରିବ ସେହି ଜଙ୍ଗଲରୁ କାଠ ଆସିବ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications