ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାରେ ଆକ୍ରମଣ ଷଡ଼ଯନ୍ତ୍ର ଥିଲା କହିଲେ ବାଚସ୍ପତି, ନ ଆସିବାକୁ କହିଥିଲି
ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଭଳି କିଛି ବିସ୍ଫୋରକ ବୟାନ ଗୃହରେ ରଖିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଆଜି ବାରମ୍ବାର ଗୃହ ମୁଲତବୀ ହେବା ପରେ ଦିନ ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ବି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ପୁଣି ୩ଟା ଯାଏଁ ମୁଲତବୀ କରାଯାଇଥିଲା । ପରେ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି କହିଛନ୍ତି ଯେ ଗତକାଲି ଗୃହରେ କିଛି ବିରୋଧୀ କଂଗ୍ରେସ ସଦସ୍ୟମାନେ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଲେ ତାହା ସଂସଦର ଗରିମାକୁ କ୍ଷୁର୍ଣ୍ଣ କରିଛି ।

ବିଶେଷ ସୂତ୍ରରୁ ତାଙ୍କୁ ଖବର ମିଳିଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ହୋଇଥିଲା, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନଆସିବାକୁ ଅନୁରୋଧ କରିଥିଲେ । ଗୃହର ସଭାପତି ହୋଇଥିବାରୁ ଏହା କରିବା ତାଙ୍କ କର୍ତ୍ତବ୍ୟ ଥିଲା । ଯଦି ଏପରି ଘଟଣା ଘଟିଯାଇଥାନ୍ତା, ତେବେ ଅତ୍ୟନ୍ତ ଲଜ୍ଜାଜନକ ହୋଇଥାନ୍ତା, ଦେଶର ଲୋକତନ୍ତ୍ର ପରମ୍ପରାକୁ ଛାରଖାର କରିଥାନ୍ତି । ଏଭଳି ନହେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଯେ ଗୃହକୁ ନଆସିବାକୁ ।
ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଅନୁରୋଧକୁ ରକ୍ଷା କରିଥିଲେ ଏବଂ ଗୃହକୁ ଆସିନଥିଲେ । ଏଥିପାଇଁ ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି କିଭଳି ଭାବେ କଂଗ୍ରେସ ମହିଳା ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ସିଟ୍ କୁ ଘେରି ରହିଥିଲେ, ତାହା ପୁରା ଦେଶବାସୀ ଦେଖିଛନ୍ତି । ଗୃହରେ ପେପର ଚିରିବା, ଫିଙ୍ଗିବା, ଏବଂ ବିକ୍ଷୋଭ କରିବ ଓ ପୋଷ୍ଟର ଦେଖାଇବା ଚଳିବ ନାହିଁ ବୋଲି ବାଚସ୍ପତି ସିଧାସଳଖ କହିଛନ୍ତି । ଏଭଳି କରିଲେ ଗୃହ କେବେ ବି ଚାଲି ପାରିବ ନାହିଁ, ଆଜି ନୁହେଁ କି କାଲି ବି ନୁହେଁ । ଏହା ପରେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications