୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର
ରାଜ୍ୟସଭା ଫଳାଫଳ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ଏହା ପୂର୍ବରୁ ପ୍ରେସମିଟ୍ କରି ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ସେ କହିଛନ୍ତି କି, ମୁଁ ୬ ମାସ ତଳେ କହିଥିଲି ୨୦୨୬ ନିର୍ଣ୍ଣାୟକ ପର୍ବ ହେବ। ରାଜ୍ୟ ସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବ । ୬ ମାସ ତଳେ କହିଥିଲି, ୨୦୨୬ ନିର୍ଣ୍ଣାୟକ ହେବ।କାଚ ଘରେ ସ୍ବପ୍ନ ଦେଖୁଥିବା ଲୋକ ଆଗ ନିଜ ଛବିକୁ ଆଇନାରେ ଦେଖନ୍ତୁ। ବିଜେଡିରେ ଅସନ୍ତୋଷର ବହ୍ନି ଜଳୁଛି, ନବୀନ ତର୍ଜମା କରିବା ଦରକାର।

ବିଜୟ ଆହୁରି କହିଛନ୍ତି, ଦଳପତିଙ୍କ ଉପରେ ଦଳୀୟ ନେତା ଆଉ ବିଶ୍ବାସ କରୁନାହାନ୍ତି। ଅସନ୍ତୋଷ ଶେଷ ସୀମାରେ ପହଞ୍ଚିଛି, ଆଗକୁ ବିଜେଡିର ଅଧିକ କ୍ଷତି ହେବ।2 ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ । ଆଗକୁ ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି।
More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications