Get Updates
Get notified of breaking news, exclusive insights, and must-see stories!

ଆଇନ ଉଲଙ୍ଘନକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଏମିତି ଭୁଲ ହେଲେ ରଦ୍ଦ ହେବ ମୋଟର ଯାନ ଲାଇସେନ୍ସ

କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ ବଡ଼ ସଂଶୋଧନ । ଏଣିକି ମୋଟର ଯାନ ଆଇନ ଉଲଙ୍ଘନକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ନୂଆ ସଂଶୋଧନ ଅନୁସାରେ ବର୍ଷକରେ ପାଞ୍ଚ ଥର ମୋଟର ଯାନ ଆଇନ ଉଲଙ୍ଘନ କଲେ ଗାଡ଼ିର ପଞ୍ଜିକରଣ ରଦ୍ଦ ହେବ। ସେହିଭଳି ଯଦି କେହି ଚାଳକ ପାଞ୍ଚ ଥର ଆଇନ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ନିୟମକୁ ଚଳିତ ବର୍ଷ ଜାନୁଆରୀ ୧ରୁ ଲାଗୁ କରାଯାଇଛି।

vehicle license

ସେହିଭଳି ଚାଲାଣ କଟିଲେ ୪୫ଦିନ ପର୍ଯ୍ୟନ୍ତ ମହଲତ ଦିଆଯାଇଛି। ୪୫ଦିନ ସରିବାର ୩୦ଦିନ ଭିତରେ ଜରିମାନା ଦେବାକୁ ବାଧ୍ୟ। ୪୫ଦିନ ଭିତରେ ଚାଲାଣ ବିରୋଧରେ ଅଧିକାରୀଙ୍କ ନିକଟରେ ଅପିଲ କରି ପାରିବେ ଗାଡ଼ି ମାଲିକ। ସମ୍ପୃକ୍ତ ଅଧିକାରୀ ୩୦ ଦିନ ଭିତରେ ଫଇସଲା ଶୁଣାଇବାକୁ ବାଧ୍ୟ । ଅଧିକୃତ ଅଧିକାରୀ ଫଇସଲା ନଶୁଣାଇ ପାରିଲେ ଚାଲାଣ ଆପେ ରଦ୍ଦ ହୋଇଯିବ। ଚାଳକ ବା ଗାଡ଼ି ମାଲିକଙ୍କ ସପକ୍ଷରେ ଫଇସଲା ନହେଲେ ୩୦ଦିନ ଭିତରେ ଜରିମାନା ଦେବାକୁ ବାଧ୍ୟ ।

ଫଇସଲା ଶୁଣାଣି ତାରିଖଠାରୁ ୩୦ଦିନ ଭିତରେ ଜରିମାନା ଦେବାକୁ ପଡ଼ିବ । ଅଧିକାରୀଙ୍କ ଫଇସଲାରେ ଅସନ୍ତୁଷ୍ଟ ଗାଡ଼ି ମାଲିକ ଅଦାଲତରେ ଅପିଲ କରିପାରିବେ। ଅଦାଲତର ଅପିଲ ପୂର୍ବରୁ ଜରିମାନାର ୫୦ପ୍ରତିଶତ ପରିବହନ ବିଭାଗରେ ଜମା କରିବାକୁ ପଡ଼ିବ। ଅଦାଲତ ନିର୍ଦ୍ଦେଶ ଆଧାରରେ ପୋଲିସ କିମ୍ବା ଅଧିକୃତ ଅଧିକାରୀ ସମ୍ପୃକ୍ତ ଗାଡିକୁ ଜବତ କରିପାରିବେ। ଏନେଇ ଗେଜେଟ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସଡ଼କ ପରିବହନ ବିଭାଗ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+