କପିଳାସର ୧୩୫୨ ପାହାଚରେ ଲାଗିବ ଷ୍ଟିଲ ରେଲିଂ
ମହାଶିବରାତ୍ରୀରୁ ଆରମ୍ଭ ହେବ କପିଳାସର ଉନ୍ନତିକରଣ କାମ । ମନ୍ଦିରକୁ ଯିବାକୁ ଥିବା ୧୩୫୨ ପାହାଚରେ ଷ୍ଟିଲ ରେଲିଂ, ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟର ଲୋକାର୍ପଣ କରାଯିବ ।
ଢ଼େଙ୍କାନାଳ: ମହାଶିବରାତ୍ରୀରୁ ଆରମ୍ଭ ହେବ କପିଳାସର ଉନ୍ନତିକରଣ କାମ । ପୀଠର ଉନ୍ନତିକରଣ ପାଇଁ ଆସିଥିବା ୧ କୋଟି ଟଙ୍କା ବ୍ୟୟ ବରାଦରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ ହେବ । ମନ୍ଦିରକୁ ଯିବାକୁ ଥିବା ୧୩୫୨ ପାହାଚରେ ଷ୍ଟିଲ ରେଲିଂ, ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟର ଲୋକାର୍ପଣ କରାଯିବ ।

ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମିତ ଗୋଷ୍ଠୀ ସୁବିଧା କେନ୍ଦ୍ରର ମଧ୍ୟ ଲୋକାର୍ପଣ କରାଯିବ । ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଓ ଜିଲ୍ଲାପାଳ ଉପସ୍ଥିତ ରହି ଏହାର ଉଦଘାଟନ କରିବେ । ତେବେ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତଥା ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି ଢେଙ୍କାନାଳ ବାସୀ ।












Click it and Unblock the Notifications