ଭାରତୀୟ ତଟ ରକ୍ଷକ ବାହିନୀରେ ସାମିଲ ହେଲା ଜାହାଜ ‘ଅମୂଲ୍ୟ', ଘଣ୍ଟାକୁ ୩୫୦ ରାଉଣ୍ଡ୍ ଗୁଳି ଫୁଟାଇବାର ରହିଛି କ୍ଷମତା
ଭାରତୀୟ ତଟ ରକ୍ଷକ ବାହିନୀ (ଆଇସିଜି)ରେ ସାମିଲ ହେଲା ଜାହାଜ 'ଅମୂଲ୍ୟ' । ଏହା ଆଇସିଜିକୁ ବଳ ଯୋଗାଇବ। ଆଠଟି ଫାଷ୍ଟ୍ ପେଟ୍ରୋଲ୍ ଜାହାଜ ମଧ୍ୟରୁ ଦ୍ବିତୀୟ ଭାରତୀୟ ତଟରକ୍ଷୀ ଜାହାଜ ଅମୂଲ୍ୟ ମଙ୍ଗଳବାର ପାରାଦୀପରେ ପହଞ୍ଚିଛି। ପୂର୍ବରୁ ଅଦମ୍ୟ ପହଞ୍ଚିଥିଲା। ଭାରତୀୟ ଘଣ୍ଟାକୁ ୩୫୦ ରାଉଣ୍ଡ୍ ଗୁଳି ଫୁଟାଇବାର କ୍ଷମତା ରହିଛି ତଟରକ୍ଷୀ ଜାହାଜ ଅମୂଲ୍ୟକୁ ୧୯ ଡିସେମ୍ବର ୨୫ରେ ଗୋଆ ବନ୍ଦରରେ ନିୟୋଜିତ କରାଯାଇଥିଲା।

ଅମୂଲ୍ୟ ହେଉଛି ୫୧ ମିଟର ଲମ୍ବା ଯାହାକୁ ଗୋଆ ସିପୟାର୍ଡ ଲିମିଟେଡ୍ ଦ୍ଵାରା ଡିଜାଇନ୍ ଏବଂ ସ୍ଵଦେଶୀ ଭାବରେ ନିର୍ମିତ କରାଯାଇଛି। ଉକ୍ତ ଜାହାଜରେ ୬୦ ପ୍ରତିଶତରୁ ଅଧିକ ସ୍ବଦେଶୀ ସାମଗ୍ରୀ ରହିଛି ଯାହା ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପ ଅଧୀନରେ ଭାରତର ସାମୁଦ୍ରିକ ଶକ୍ତିକୁ ସୁଦୃଢ଼ କରିଛି। ଏହି ଜାହାଜଟି ପ୍ରାୟ ୩୨୦ ଟନ୍ ବିସ୍ଥାପିତ କରେ ଏବଂ ସର୍ବାଧିକ ଘଣ୍ଟାକୁ ୫୦ କିମି ବେଗ ହାସଲ କରିବା ପାଇଁ ଦୁଇଟି ୩୦୦୦ କିଲୋୱାଟ୍ ଡିଜେଲ୍ ଇଞ୍ଜିନ୍ ଦ୍ଵାରା ଚାଳିତ ହୁଏ।
ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବନ୍ଧୁକ ଗୋଟିଏ ମିନିଟରେ ୩୫୦ ରାଉଣ୍ଡ୍ ଚଳାଇବାର କ୍ଷମତା ରଖିଛି। ଏହି ଜାହାଜରେ ଏକ ସମନ୍ବିତ ବ୍ରିଜ୍ ସିଷ୍ଟମ, ସମନ୍ବିତ ପ୍ଲାଟଫର୍ମ ପରିଚାଳନା ପ୍ରଣାଳୀ ଏବଂ ସ୍ବୟଂଚାଳିତ ଶକ୍ତି ପରିଚାଳନା ପ୍ରଣାଳୀ ମଧ୍ୟ ରହିଛି। ଅମୂଲ୍ୟ ପାରାଦୀପରେ ଅବସ୍ଥିତ ହେବ, ଯାହା କମାଣ୍ଡର, ତଟରକ୍ଷୀ ବାହିନୀ ମୁଖ୍ୟାଳୟ ନମ୍ବର ୭ (ଓଡ଼ିଶା) ମାଧ୍ୟମରେ ତଟରକ୍ଷୀ ବାହିନୀ କ୍ଷେତ୍ର(ଉତ୍ତରପୂର୍ବ) ର କାର୍ଯ୍ୟକ୍ଷମ ଏବଂ ପ୍ରଶାସନିକ ନିୟନ୍ତ୍ରଣରେ ରହିବ।
ଅମୂଲ୍ୟ କୁ ସାମୁଦ୍ରିକ କ୍ଷେତ୍ର ଗୁଡ଼ିକର ନିରୀକ୍ଷଣ ଏବଂ ଭାରତର ସାମୁଦ୍ରିକ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ଅନ୍ୟାନ୍ୟ ମିଶନ୍ ପାଇଁ ନିୟୋଜିତ କରାଯିବ। ଜାହାଜରେ ୫ ଅଧ୍ବକାରୀ ଏବଂ ୩୪ ଜଣ କର୍ମଚାରୀ ରହିବେ। ଉକ୍ତ ଜାହାଜକୁ ମଙ୍ଗଳବାରପାରାଦୀପ ବନ୍ଦରରେ କମାଣ୍ଡର ତଟରକ୍ଷୀ ବାହିନୀ (ଓଡ଼ିଶା) ଏକ ଭବ୍ୟ ସ୍ଵାଗତ ଉତ୍ସବରେ ସ୍ଵାଗତ କରିଛନ୍ତି।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications