କ୍ରସ୍ ଭୋଟିଂକୁ ମାନିଲେ ସୌଭିକ୍ ବିଶ୍ବାଳ, କହିଲେ ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି
ରାଜ୍ୟ ସଭା ନିର୍ବାଚନରେ କ୍ରସ୍ ଭୋଟିଂ ହୋଇଥିବା ଜୋର୍ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି। ବାପାଙ୍କୁ ବହିଷ୍କାର କରିଥିଲେ। ମୋତେ କଲେନି କାହିଁକି। ନବୀନ ନିବାସ ଘଟଣାକୁ ନେଇ କ୍ରୋଧିତ ବୋଲି ସ୍ପଷ୍ଟ ଜଣାପଡୁଛି।

ଆଜି ଯେଉଁ ଟ୍ରଷ୍ଟ କଥା ପଦାକୁ ଆସିଛି ବାପା ପ୍ରଥମେ କହିଥିଲେ। ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତା'ର ପ୍ରତିଶୋଧ ନେଇଛି। ମିଡ୍ ନାଇଟ୍ ଅପରେଶନ କଲା କିଏ, କାହାଠି ଦାଗ ଲାଗିଲା ବୋଲି ସୌଭିକ୍ ପ୍ରଶ୍ନ କରିଛନ୍ତି। ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଲା କିଏ, ଦୋଷ ମୁଣ୍ଡାଇଲା କିଏ। ଚିଟଫଣ୍ଡ ଟଙ୍କା ଖାଇଲା କିଏ, ଦୋଷ ମୁଣ୍ଡାଇଲା କିଏ। ୨୯ ବର୍ଷ ହେଲା ବାପା ବିଜେଡି ପାଇଁ ସର୍ବସ୍ବ ଦାନ କରିଥିଲେ। ପ୍ରତିଦାନରେ କ'ଣ ମିଳିଛି ବୋଲି ସୌଭିକ୍ ପ୍ରଶ୍ନ କରିଛନ୍ତି।
ସେହିପରି କଂଗ୍ରେସରୁ ୩ କ୍ରସ୍ ଭୋଟିଂ ହୋଇଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ ଏବଂ ଦାଶରଥି ଗମାଙ୍ଗ କ୍ରସ୍ ଭୋଟିଂ କରିଛନ୍ତି। ଏନେଇ ଟେଲିଫୋନ୍ରେ ଏଆଇସିସିକୁ ଜଣାଇ ଦିଆଯାଇଥିବା ଭକ୍ତ କହିଛନ୍ତି। ରମେଶ ଜେନା କ୍ରସ୍ ଭୋଟିଂ କରିବେ ବିଶ୍ବାସ କରୁ ନ ଥିଲି। ବିଧାନସଭାରେ ଆମେ ସେମାନଙ୍କ ସହ ଆଉ ବସିବୁ ନାହିଁ ବୋଲି ଭକ୍ତ କହିଛନ୍ତି।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications