Get Updates
Get notified of breaking news, exclusive insights, and must-see stories!

ଶହୀଦ ଲକ୍ଷ୍ମଣ ନାଏକ: ଦେଶ ପାଇଁ ଚଢିଥିଲେ ଫାଶୀ ଖୁଣ୍ଟରେ, ମୃତ୍ୟୁ ପୂର୍ବରୁ ଗାଇଥିଲେ ଭାଗବତ ଗୀତା

୧୯୪୩ ମସିହା ମାର୍ଚ୍ଚ ମାସ ୨୯ ତାରିଖର ସକାଳ ସମୟ । ବ୍ରହ୍ମପୁର ସହରର ଆକାଶ ତଳେ ଭାରତ ମାତାଙ୍କ ଜଣେ ବିପ୍ଳବୀ ସନ୍ତାନ ବୀରଗତି ପ୍ରାପ୍ତ ହେବାକୁ ପ୍ରସ୍ତୁତ ହେଉଥିଲେ । ବସନ୍ତର ଶୀତଳତା ମଧ୍ୟରେ ଅଗ୍ନିର-ତେଜ ଧାରଣ କରି ବନ୍ଦୀ ଲକ୍ଷ୍ମଣ ନାଏକ ଆଗଭର ହେଲେ ଫାଶୀଖୁଣ୍ଟ

୧୯୪୩ ମସିହା ମାର୍ଚ୍ଚ ମାସ ୨୯ ତାରିଖର ସକାଳ ସମୟ । ବ୍ରହ୍ମପୁର ସହରର ଆକାଶ ତଳେ ଭାରତ ମାତାଙ୍କ ଜଣେ ବିପ୍ଳବୀ ସନ୍ତାନ ବୀରଗତି ପ୍ରାପ୍ତ ହେବାକୁ ପ୍ରସ୍ତୁତ ହେଉଥିଲେ । ବସନ୍ତର ଶୀତଳତା ମଧ୍ୟରେ ଅଗ୍ନିର-ତେଜ ଧାରଣ କରି ବନ୍ଦୀ ଲକ୍ଷ୍ମଣ ନାଏକ ଆଗଭର ହେଲେ ଫାଶୀଖୁଣ୍ଟ ଆଡକୁ... ବ୍ରହ୍ମପୁର ଜେଲ ପରିସର ଏହି ମହାନ ଦେଶଭକ୍ତ ସାଧକଙ୍କ ତପସ୍ୟାର ସାକ୍ଷ୍ୟ ବହନ କରିବାକୁ ପ୍ରସ୍ତୁତ ହେଉଥିଲା। ମୃତ୍ୟୁ ପୂର୍ବରୁ ସେ ପଢୁଥିଲେ ଭାଗବତ। ଜୀବନର ଅନ୍ତିମ କ୍ଷଣ ଯାଏଁ ସେ ଚିନ୍ତିତ ଥିଲେ, ସତରେ କଣ "ମୋ ମାଟି ସ୍ଵରାଜ୍ୟ ହାସଲ କରିବ, କେବେ ମୋ ଦେଶବାସୀ ସୁଖ ଶାନ୍ତିରେ ରହିବେ? ଶହୀଦ ହେବାର ପୂର୍ବ ରାତିରେ ସେ ସାକ୍ଷାତ କରିଥିଲେ ବ୍ରହ୍ମପୁର ଜେଲରେ ବନ୍ଦୀ ଥିବା କେତେକ ତୁଙ୍ଗ ସ୍ଵାଧୀନତା ସଂଗ୍ରାମୀଙ୍କୁ ।

unsung hero of freedom

ଶହୀଦ ଦିବସର ଅନ୍ତିମ କ୍ଷଣ

୧୯୪୩ ମସିହା ମାର୍ଚ୍ଚ ମାସ ୨୯ତାରିଖ ଦିନ ଭୋର ପାଞ୍ଚଟାରେ ଜେଲରଙ୍କ ଉପସ୍ଥିତିରେ ବ୍ରହ୍ମପୁର ଜେଲ୍ରେ ଲକ୍ଷ୍ମଣ ନାଏକଙ୍କୁ ଫାଶି ଦିଆଗଲା । ମୃତୁ୍ୟବେଳକୁ ସେ ଭାଗବତ ପଢୁଥିଲେ ଏବଂ ନିଜ କଥା ନଭାବି ଦେଶର ସ୍ୱରାଜ କଥା ଚିନ୍ତା କରୁଥିଲେ । ସେତେବେଳେ ବ୍ରହ୍ମପୁର ଜେଲରେ ଓଡ଼ିଶା କଂଗ୍ରେସର କେତେଜଣ ତୁଙ୍ଗ କଂଗ୍ରେସନେତା ବନ୍ଦୀ ଥିଲେ । ସେମାନଙ୍କ ମଧ୍ୟରେ କୋରାପୁଟର ରାଧାକୃଷ୍ଣ ବିଶ୍ୱାସ ରାୟ, ରାଧାମୋହନ ସାହୁ ଓ ସଦାଶିବ ତ୍ରିପାଠୀ ଅନ୍ତର୍ଭୁକ୍ତ । ଫାଶି ପୂର୍ବଦିନ ସଦାଶିବ ତ୍ରିପାଠୀ ତାଙ୍କୁ ଦେଖା କରିଥିଲେ । ମନମୋହନ ଚୌଧୁରୀଙ୍କ କହିବାନୁସାରେ ଲକ୍ଷ୍ମଣ ତାଙ୍କୁ କହିଲେ, "ବାବୁ, ମୁଁ ତ ଯାଉଛି, ସ୍ୱରାଜ ସତରେ ହେବ ନା ? ଲୋକେ ସୁଖ ଶାନ୍ତିରେ ରହିବେ ନା! ସଦାଶିବବାବୁ ବାଷ୍ପରୁଦ୍ଧ କଣ୍ଠରେ ଜବାବ ଦେଲେ, "ନିଶ୍ଚୟ ହେବ ।" ଏଥିରେ ଆଉ ସନ୍ଦେହ ଅଛି ?' ଲକ୍ଷ୍ମଣ ନାଏକ କହିଲେ - "ହଉ ! ଗାନ୍ଧୀ ମହାତ୍ମାଙ୍କ ଜୟ !'' ୨୯ ତାରିଖ ଭୋର ତିନିଟା ବେଳକୁ ବ୍ରହ୍ମପୁର ଜେଲରେ ବଡି ଭୋରରୁ ବନ୍ଦୀମାନେ ଉଠି ପଡ଼ିଲେ, ପ୍ରାର୍ଥନା କଲେ ଏବଂ ଧ୍ୱନି ଦେଲେ ଇନକଲାବ ଜିନ୍ଦାବାଦ୍ । ଶେଷକୁ ଗୋପବନ୍ଧୁ ଚୌଧୁରୀ କହିଲେ- "ଆଉ କାହିଁକି ? ଯାହା ପାଇଁ ଧ୍ୱନି ଦେଉଛ, ସେ ଆଉ ଶୁଣିବ ନାହିଁ ।''

ବାଲିରେ ଅକ୍ଷର ଲେଖି ପାଠ ପଢି ଥିଲେ ଲକ୍ଷ୍ମଣ

ଜୟପୁର ସହର ନିକଟ କୋଲାବ ନଦୀ କୂଳ ସ୍ଥିତ ତେନ୍ତୁଳିଗୁମ୍ମା ଗ୍ରାମରେ ୧୮୯୯ ମସିହା ନଭେମ୍ବର ମାସର ୨୨ ତାରିଖରେ ଏକ ସ୍ଵଚ୍ଛଳ ଆଦିବାସୀ ପରିବାରରେ ଜନ୍ମ ହୁଅନ୍ତି ଲକ୍ଷ୍ମଣ। ଶୈଶବ ଭଲ ପାଏ ବାଲି ଖେଳ, ହେଲେ ଲକ୍ଷ୍ମଣଙ୍କ ବାଲି ଖେଳ ଥିଲା ତାଙ୍କ ବ୍ୟକ୍ତିତ୍ବ ଭଳି ନିଆରା। ବାଲିରେ ଅକ୍ଷର ଲେଖି ପାଠ ପଢନ୍ତି ଲକ୍ଷ୍ମଣ। କ୍ରମେ ଯୁବକ ଲକ୍ଷ୍ମଣ ବାନ୍ଧି ହୁଅନ୍ତି ବିବାହର ବନ୍ଧନରେ । ହେଲେ ଯୁବ ସୁଲଭ ଚପଳତା ତାଙ୍କୁ ବାନ୍ଧି ପାରେ ନାହିଁ ସୁଖର ମାୟା ଜାଲରେ। ସରଳ ଆଦିବାସୀଙ୍କୁ ପ୍ରତାଡିତ କରି ଖଜଣା ଅଦାୟ କରୁଥିବା ଇଂରେଜ ଶାସନ ବିରୋଧରେ ନିଜ ସ୍ଵରକୁ ଶାଣୀତ କରନ୍ତି ଲକ୍ଷ୍ମଣ ନାୟକ। ୧୯୩୦ ମସିହାରେ ବାପାଙ୍କଠାରୁ ମୁସ୍ତାଦାର ଦାୟିତ୍ୱ ଗ୍ରହଣ କରନ୍ତି ଲକ୍ଷ୍ମଣ। ଆଦିବାସୀମାନେ କିପରି ଜମିଦାର, ସରକାରୀ କର୍ମଚାରୀ ଏବଂ ପୋଲିସର ଅତ୍ୟାଚାର ଓ ଶୋଷଣର ଶିକାର ହେଉଛନ୍ତି, ତାହା ମୁସ୍ତାଦାର ଭାବରେ ପ୍ରତ୍ୟକ୍ଷ ଅନୁଭବ କରନ୍ତି ଲକ୍ଷ୍ମଣ। ଏହାହିଁ ପ୍ରେରିତ କରେ ତାଙ୍କୁ ଅନ୍ୟାୟ ବିରୋଧରେ ସ୍ଵର ଉତ୍ତୋଳନ କରିବା ପାଇଁ। ନିଜର ସ୍ୱାଧୀନ ମନୋବୃତ୍ତି ଓ ନ୍ୟାୟ ନିଷ୍ଠା ପାଇଁ ଶେଷରେ ମୁସ୍ତାଦାରୀ ହରାନ୍ତି ଲକ୍ଷ୍ମଣ। ଏହା ପରେ ଗତିପଥ ବଦଳି ଯାଏ, ଓଡିଆ ମାଟିର ଏହି ତେଜସ୍ବୀ ବିପ୍ଳବୀଙ୍କ। ସେ ଚାହିଁଥିଲେ ଅନ୍ୟ ମୁସ୍ତାଦାରମାନଙ୍କ ଭଳି ନିଷ୍କର ଜମି ଭୋଗ କରି ଏବଂ ଲୋକଙ୍କୁ ଶୋଷଣ କରି ଆରାମରେ ଜୀବନ କଟାଇ ପାରିଥାନ୍ତେ । ଅଧିକନ୍ତୁ, ସ୍ଵାଧୀନଚେତା ଲକ୍ଷ୍ମଣ ନାଏକ ଆରମ୍ଭ କରିଥିଲେ ଇଂରେଜ ବିରୋଧୀ ଆନ୍ଦୋଳନ।

unsung hero of freedom

ଆଦିବାସୀଙ୍କୁ ଖଜଣା ଶୋଷଣରୁ ମୁକ୍ତ କରିବା ପାଇଁ ଲଢେଇ

ସ୍ୱାଧୀନତା ପୂର୍ବରୁ ବଣପାହାଡ଼ ଘେରା ମାଲକାନଗିରି ଜୟପୁର ଜମିଦାରୀର ଏକ ଅଂଶ ଥିଲା । ଏଠାରେ ବିଭିନ୍ନ ପ୍ରକାର ଆଦିବାସୀ ଓ ଅଣଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରୁଥିଲେ । ଏହି ଆଦିବାସୀମାନଙ୍କର ଗ୍ରାମ୍ୟ ମୁଖିଆମାନେ ସେମାନଙ୍କଠାରୁ କର ଆଦାୟ କରି ଜମିଦାରଙ୍କୁ ଦେଉଥିଲେ । ଖଜଣା ବୋଝ ଏଡ଼ାଇବା ପାଇଁ ଆଦିବାସୀମାନେ ଦୁର୍ଗମ ଜଙ୍ଗଲରେ ଜମିରେ ପୋଡୁଚାଷ କରୁଥିଲେ । ଜମିଦାରଙ୍କ କର୍ମଚାରୀମାନେ ଗସ୍ତରେ ଗ୍ରାମମାନଙ୍କୁ ଗଲେ ସେମାନଙ୍କର ଖାଇବା ପିଇବା ଓ ଆବଶ୍ୟକ ସାମଗ୍ରୀ ଓ ସେବାର ଭାର ଆଦିବାସୀମାନଙ୍କୁ ବହନ କରିବାକୁ ପଡୁଥିଲା । ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । ସେତେବେଳେ ପ୍ରଥମ ଲାଟ ସାର ଜନ ହବାକ୍ କୋରାପୁଟ ଗସ୍ତରେ ଯାଇଥିଲେ ଏବଂ ଆଦିବାସୀମାନଙ୍କ ଘରୁ ପନିପରିବା, ଦୁଧ ଓ କୁକୁଡ଼ା ଆଦି ଜବରଦସ୍ତି ଆଦାୟ କରାଯାଇଥିଲା। ଏହା ବିରୋଧରେ ଆଦିବାସୀମାନଙ୍କ ତରଫରୁ ଲକ୍ଷ୍ମଣ ନାୟକ ପ୍ରତିବାଦ କରିଥିଲେ । ଫଳରେ ସରକାର ନିଜର ଭୁଲ ସ୍ୱୀକାର କରି କ୍ଷତିଗ୍ରସ୍ତ ଆଦିବାସୀମାନଙ୍କୁ କ୍ଷତିପୂରଣ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ଉଦ୍ବୁଦ୍ଧ ହୋଇ ଅବିଭକ୍ତ କୋରାପୁଟରେ ବ୍ୟାପକ ଅଭିଯାନ ଚଳାଇଥିଲେ ଲକ୍ଷ୍ମଣ। ଆଦିବାସୀଙ୍କ ମଧ୍ୟରେ ବଳିଷ୍ଠ ନେତୃତ୍ୟ ନେଇ ପ୍ରଚଣ୍ଡ ବିପ୍ଲବର ପଦଚାରଣ କରିଥିଲେ ଇଂରେଜ ଶାସନ ବିରୁଦ୍ଧରେ। ଏଥିରେ ବିଚଳିତ ଫିରଙ୍ଗୀ ସୁଯୋଗ ଉଣ୍ଡିବାରେ ଲାଗିଲା ଲକ୍ଷ୍ମଣଙ୍କୁ ପ୍ରତିହତ କରିବା ପାଇଁ । ନାନା ମିଥ୍ୟା ମାମଲାରେ ଅଭିଯୁକ୍ତ କରି ଲକ୍ଷ୍ମଣଙ୍କ ନାମରେ ଜାରି କରିଥିଲା ମୃତ୍ୟୁର ଦଣ୍ଡାଦେଶ। ଫାଶୀଖୁଣ୍ଟରେ ଚଢିବା ପୂର୍ବରୁ ଅଗଣିତ ଜନଜାତିଙ୍କ ମଧ୍ୟରେ ସଂଚାର କରିଥିଲେ ସ୍ଵାଧୀନ ସଂଗ୍ରାମର ଅଗଣିତ ଅଗ୍ନିଶିଖା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+