ଘରେ ପଶି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଡକାୟତି
କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ ସଶସ୍ତ୍ର ଡକାୟତି। ଗତକାଲି ବିଳମ୍ବିତ ରାତିରେ ଆଠ ଜଣ ମୁଖା ପିନ୍ଧା ଡାକାୟତ ପାଣି ମାଗିବା ବାହାନାରେ ସଂଗ୍ରାମ କେଶରୀ ନାଏକ ଙ୍କ ଘରେ ପଶି ବନ୍ଧୁକ ମୁନରେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ସଂଗ୍ରାମ ଙ୍କ କହିବା ଅନୁଯାୟୀ ଡକାୟତ ମାନେ ପ୍ରଥମେ ଜଣେ ବ୍ୟକ୍ତିକୁ ଟେକି ଟେକି ଆଣି ଦୁର୍ଘଟଣା ଘଟିଯାଇଛି ଟିକେ ପାଣି ଦିଅ କହି ଡ୍ରାମା କରିଥିଲେ । ଘର ଲୋକେ ପାଣି ଦେବାକୁ କବାଟ ଖୋଲିବା ମାତ୍ରେ ୮ ଜଣ ମୁଖା ପିନ୍ଧା ଡକାୟତ ତୁରନ୍ତ ଘର ଭିତରେ ପଶି ସମସ୍ତ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ସବୁ ଛଡାଇ ନେବା ସହ ସମସ୍ତ ଙ୍କୁ ଗୋଟେ ଘରେ ପୁରାଇ କାବାଟ ବନ୍ଦ କରି ଦେଇଥିଲେ ।

ଏହାପରେ ଘରର ଅଲମାରି , ଖଟର ବକ୍ସ ଓ ବ୍ୟାଗ ଆଦି ଖୋଲି ତନ୍ନ ତନ୍ନ କରି ଖୋଜି ସମସ୍ତ ଟଙ୍କା ପଇସା ଓ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ । ଡକାୟତ ମାନଙ୍କ ମଧ୍ୟରୁ ୭ ଜଣ ମୁଖା ପିନ୍ଧିଥିଲେ। ଏବଂ ଜଣେ ମୁଖା ପିନ୍ଧି ନ ଥିଲା । ସମସ୍ତ ଙ୍କ ହାତରେ ବନ୍ଧୁକ ଥିବା ସଂଗ୍ରାମ କହିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications