୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରେଭିନ୍ୟୁ ଇନିସ୍ପେକ୍ଟର
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରେଭିନ୍ୟୁ ଇନିସ୍ପେକ୍ଟର | କଟକ ଜିଲ୍ଲା କଖଡିର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି | ମିଳିଥିବା ସୂଚନା ମୁତାବକ ଏକ ଜମିର କିସମ ପରିବର୍ତ୍ତନ ବା ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ିବସିଥିଲେ | ସୂଚନା ନେବାରୁ ଜଣାପଡିଛି ଯେ ଜଣେ ଜମିମାଲିକ ତାଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ଅନଲାଇନ ଆବେଦନ କରିଥିଲେ |
ଆଉ ଏହାପରେ ଆରଆଇ ଜମି ମାଲିକଙ୍କୁ ୨୦ ତାରିଖରେ ଆସି ଭେଟିବାକୁ କହିଥିଲେ | ଜମିମାଲିକ ଜଣକ ଆରଆଇଙ୍କୁ ଭେଟିବା ପରେ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ଜମିମାଲିକ ଜଣକ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହ ନିଜର ଅକ୍ଷମତା ପ୍ରକାଶ କରିଥିଲେ ଆରଆଇ ବାବୁ ଜଣକ ଏହା ଶୁଣିନଥିଲେ |

ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ | ଏହାପରେ ଜମିମାଲିକ ଜଣକ ଆଉ କିଛି ଉପାୟ ନ ପାଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ | ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଜମି ମାଲିକ ଜଣକ ଲାଞ୍ଚ ଟଙ୍କା(କେମିକାଲ ମିଶା) ଟଙ୍କା ନେଇ ପହଂଚି ଆରଆଇଙ୍କୁ ଦେବାବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ିବସିଥିଲେ |
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications