ଆଜି ରାଜ୍ୟସଭା ନିର୍ବାଚନ; ବେଙ୍ଗାଲୁରୁ ଫେରିଲେ କଂଗ୍ରେସ ବିଧାୟକ, ସୋଫିଆ କହିଲେ...
ବେଙ୍ଗାଲୁରୁ ଥିବା ୮ କଂଗ୍ରେସ ବିଧାୟକ ଗତକାଲି ବିଳମ୍ବିତ ରାତିରେ ଓଡ଼ିଶା ଫେରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ସବୁ ବିଧାୟକ ଫେରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମଙ୍କ ଘରେ ସବୁ ବିଧାୟକ ଥିବା ନେଇ ସୂଚନା ମିଳିଛି । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଭୟ ଯୋଗୁ ବେଙ୍ଗାଲୁରୁ ଯାଇଥିଲେ କଂଗ୍ରେସ ବିଧାୟକ । ପବିତ୍ର ସାଉଁଟା, ସିଏସ ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, କ୍ରାଡ଼ାକା ଆପାଲା ସ୍ୱାମୀ, ମଙ୍ଗୁ ଖିଲ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବେଙ୍ଗାଲୁରୁ ଯାଇଥିଲେ । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋଙ୍କୁ କଂଗ୍ରେସର କାରଣ ଦର୍ଶାଅ ନୋଟିସ । ଆଜି ସକାଳ ୯ଟା ସୁଦ୍ଧା ଦଳର ନେତୃତ୍ୱଙ୍କ ସହ ଯୋଗାଯୋଗ କରିବାକୁ ନୋଟିସ ଜାରି କରି ଜରୁରୀ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ସକାଳ ୯ଟା ସୁଦ୍ଧା ଯୋଗାଯୋଗ ନକଲେ ଦଳ ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ସ୍ପଷ୍ଟ କରି ସାରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଏହାପରେ କଂଗ୍ରେସ ନୋଟିସର ଜବାବ ଦେଇଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗୋ। କଂଗ୍ରେସର ଅଭିଯୋଗକୁ ସଂପୂର୍ଣ୍ଣ ତଥ୍ୟହୀନ, ଅବିଚାର ମୂଳକ ତଥା ତାଙ୍କ ରାଜନୈତିକ ଆଦର୍ଶର ସଂପୂର୍ଣ୍ଣ ବିରୋଧୀ ବୋଲି ଲେଖିଛନ୍ତି । ବିଜେଡି ସହ ସଂଘର୍ଷ କରି ମୋହନାରୁ ବିଜୟ ସତ୍ୱେ ନିଜ ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ନେତୃତ୍ୱ ସହଯୋଗ କରିନଥିଲେ ।
ଏବେ ବିଜେଡି ସହ ମିଶି ରାଜ୍ୟସଭା ପ୍ରାର୍ଥୀକୁ ସମର୍ଥନ ଘୋଷଣା କରାଯାଇଛି । ନିଷ୍ପତ୍ତି ନେବା ଆଗରୁ ବିଧାୟକଙ୍କ ମତାମତ ନିଆଯାଇ ନାହିଁ । ନିଷ୍ପତ୍ତିକୁ ଲଦିଦେବାକୁ ଉଦ୍ୟମ ହେଉଛି। କଂଗ୍ରେସ ଓ ବିଜେଡିର ଏହି ମଧୁଚନ୍ଦ୍ରିକା କେବଳ ମୋହନା ଅଞ୍ଚଳ ନୁହେଁ ସାରା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି ବୋଲି ଜବାବରେ ଲେଖିଛନ୍ତି ଦାଶରଥୀ ଗମାଙ୍ଗୋ । କଂଗ୍ରେସ ଆଦର୍ଶର ଧାର ଧରିନଥିବା ନେତା ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବିଜେଡି ସହ ହାତମିଳା କଂଗ୍ରେସକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏହି ଷଡଯନ୍ତ୍ରରୁ ଦୁରେଇ ରହିବା ପାଇଁ ଭୂମିକା ସ୍ପଷ୍ଟ କରୁଛି ବୋଲି ଜବାବରେ ଲେଖିଛନ୍ତି ଦାଶରଥୀ ଗମାଙ୍ଗ ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications