Get Updates
Get notified of breaking news, exclusive insights, and must-see stories!

ଆଜି ଯାଜପୁର,ବାଲେଶ୍ୱର ଓ ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‌, ମା ବିରଜାଙ୍କ କରିବେ ଦର୍ଶନ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ୩ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଯାଜପୁର, ବାଲେଶ୍ବର ପରେ ପୁରୀରେ ମହାମହିମଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ କାରକେଡ୍, ରୁଟ୍ ଲାଇନିଂ ସହ ଅନ୍ୟାନ୍ୟ ସୁରକ୍ଷା ପାଇଁ ରାଜଧାନୀରେ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୪ଜଣ ଡିସିପି, ୫ ଅତିରିକ୍ତ ଡିସିପି, ୨୩ ଏସିପି, ୩୩ ଇନ୍ସପେକ୍ଟର, ୧୨୧ ସବ୍ଇନ୍ସପେକ୍ଟର/ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ସ୍ପେଶାଲ୍ ଟାକ୍ଟିକାଲ ୟୁନିଟ୍ (ଏସ୍ଟିୟୁ) ସହ ୫୨ଜଣ ମହିଳା କନଷ୍ଟେବଳ ମଧ୍ୟ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

President Draupadi Murmu

ଆଜି ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି ଲୋକଭବନରୁ ବାହାରି ବିମାନବନ୍ଦରକୁ ଯିବେ । ସେଠାରୁ ସକାଳ ୮ଟା ୫୦ ମିନିଟ୍‌ରେ ବାୟୁସେନାର ହେଲିକପ୍ଟର ବାହାରି ସାଢ଼େ ୯ଟାରେ ଯାଜପୁର ପ୍ରଶାସନିକ ଭବନ ହେଲିପ୍ୟାଡ୍ରେ ଅବତର଼ଣ କରିବ । ସକାଳ ୧୦ଟାରେ ମା' ବିରଜାଙ୍କୁ ଦର୍ଶନ କରିବେ । ପୂର୍ବାହ୍ଣ ୧୧ଟା ୪୦ ମିନିଟ୍‌ରେ ଯାଜପୁର ହେଲିପ୍ୟାଡରୁ ବାହାରି ମଧ୍ୟାହ୍ମ ସାଢ଼େ ୧୨ଟାରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ନିକଟ ଏକ ହେଲିପ୍ୟାଡ୍ରେ ଓହ୍ଲାଇବେ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଅପରାହ୍ଣ ସାଢ଼େ ୩ଟାରେ ବାଲେଶ୍ୱର ହେଲିପ୍ୟାଡରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ଅପରାହ୍ଣ ୪ଟା ୫୫ରେ ପହଞ୍ଚିବେ । ପୁରୀ ଲୋକଭବନରେ ରାତ୍ରୀଯାପନ କରିବେ ।

ଆସନ୍ତା ୪ ତାରିଖ ସକାଳ ୬ଟା ୫୦ ମିନିଟ୍ରେ ଲୋକଭବନରୁ ବାହାରି ଶ୍ୱେତଗଙ୍ଗ ପୁଷ୍କରଣୀ ନିକଟକୁ ଯାଇ ପିଣ୍ଡଦାନ କରିବେ । ସକାଳ ୭ଟା ୪୦ ମିନିଟ୍ରେ ସେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବାହ୍ଣ ୧୧ଟା ୧୦ ମିନିଟ୍ରେ ରାଇରଙ୍ଗପୁର ଦଣ୍ଡବୋଷ ହେଲିପ୍ୟାଡ୍‌ରେ ପହଞ୍ଚିବେ । ମହୁଲଡି଼ହର ସରକାରୀ (ଏସ୍ଏସ୍‌ଡି) ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇବେ । ରାଷ୍ଟ୍ରପତି ଅପରାହ୍ଣ ୪ଟାରେ କଚେରି ପଡି଼ଆରେ ସାଧାରଣ ସଭାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେଠାରୁ ଫେରି ରାଇରଙ୍ଗପୁରସ୍ଥିତ ଘରେ ରାତ୍ରୀଯାପନ କରିବେ । ତା'ପରଦିନ ରାଇରଙ୍ଗପୁର ପାହାଡ଼ପୁର ମୁର୍ମୁ ଛକ, ଶ୍ରୀଜଗନ୍ନାଥ ମନ୍ଦିରକୁ ଯିବେ । ଅପରାହ୍ଣ ୪ଟାରେ ଶିମିଳିପାଳ ଅଭୟାରଣ୍ୟ ବୁଲିବେ । ମଧ୍ୟାହ୍ଣ ୧ଟା ୨୫ ମିନିଟ୍‌ରେ ଭୁବନେଶ୍ୱରକୁ ଫେରି ଲୋକଭବନକୁ ଯିବେ । ସନ୍ଧ୍ୟା ୫ଟା ୩୦ରେ ମେ ଫେୟାର ହୋଟେଲକୁ ଯାଇ "ବ୍ଲାକ୍ ସ୍ୱାନ୍ ସମ୍ମିଟ୍ ଇଣ୍ଡିଆ'ରେ ଯୋଗ ଦେବେ । ଆସନ୍ତା ୭ ସକାଳ ସାଢ଼େ ୮ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରୁ ଛତିଶଗଡ଼ ଅଭିମୁଖେ ବାହାରିବେ । ଜଗଦଲପୁରରେ "ବସ୍ତର ପାଣ୍ଡୁମ ୨୦୨୬' ମହୋତ୍ସବର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+