ପ୍ରକାଶ ପାଇଲା ଓଡିଶା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ
ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତଦୁଇ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୮୯.୪୯ ପ୍ରତିଶତ ରହିଛି।
ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତଦୁଇ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୮୯.୪୯ ପ୍ରତିଶତ ରହିଛି।
ସମଗ୍ର ରାଜ୍ୟରେ ମୋଟ ୧୧୯୫ ମହାବିଦ୍ୟାଳୟର ୨ ଲକ୍ଷ ୨୦ ହଜାର ୨୦୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ଏଥି ମଧ୍ୟରେ ୧ ଲକ୍ଷ ୮୯ ହଜାର ୩୬୩ ରେଗୁଲାର, ୨୬ ହଜାର ୩୦୬ ଜଣ ଏକ୍ସ୍ ରେଗୁଲାର ଏବଂ ୪ହଜାର ୫୩୩ ଜଣ କରେସ୍ପଣ୍ଡେଣ୍ଟ୍ କୋର୍ସର ଛାତ୍ରଛାତ୍ରୀ ରହିଛନ୍ତି।

ପରୀକ୍ଷାରେ ଯୋଗ ଦେଇଥିବା ୨ଲକ୍ଷ ୨୦ହଜାର ୮୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୯୬ ହଜାର ୯୫୯ଜଣ କୃତକାର୍ଯ୍ଯ ହୋଇଛନ୍ତି। ଏଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୦,୬୮୫, ୨ୟ ଶ୍ରେଣୀରେ ୪୬,୫୬୩ ଏବଂ ୩ୟ ଶ୍ରେଣୀରେ ୧,୧୯,୫୦୫ ଜଣ ପାସ୍ କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ପରୀକ୍ଷା ଫଳ ପ୍ରକାଶନ ସମୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ପରିଷଦର ଅଧ୍ୟକ୍ଷ ଡ. ଗଙ୍ଗାଧର ସାହୁ, ପରୀକ୍ଷା ନିୟନ୍ତ୍ରକ ଡ. ବିନୟ କୁମାର ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି।












Click it and Unblock the Notifications