ଜିମ୍ବାୱେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା;ସଞ୍ଜୁ ଆଉଟ୍, ମୟଙ୍କ-ରିଙ୍କୁଙ୍କ କମବ୍ୟାକ, ୪ ନୂଆ ମୁହଁ

ଘରୋଇ ଜିମ୍ବାୱେ ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଚଳିତ ବର୍ଷ ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ଚୟନ କମିଟି ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରାଥମିକତା ଦେଇଛନ୍ତି । ଗତ ଆୟର୍ଲାଣ୍ଡ ଗସ୍ତ ଏବଂ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍‌ରେ ସାମସନ ବିଫଳ ହୋଇଥିଲେ । ଅଭିଜ୍ଞ ବ୍ୟାଟର ରିଙ୍କୁ ସିଂହ ଓ ଯୁବ ପେସ୍ ବୋଲର ମୟଙ୍କ୍ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୟଙ୍କ୍ ପାଖାପାଖି ୨ବର୍ଷ ପରେ ଦଳକୁ ଫେରିଛନ୍ତି । ଅନ୍ୟ ପଟରେ ୱିକେଟ୍ କିପର ବ୍ୟାଟର ପ୍ରଭସିମରନ ସିଂହ, ପେସ୍ ବୋଲର ୟଶ୍ ଠାକୁର, ଅଶୋକ ଶର୍ମା ଓ ସ୍ପିନର ହର୍ଷ ଦୁବେ ପ୍ରଥମ ଥର ସୁଯୋଗ ପାଇଛନ୍ତି । ଆଇପିଏଲ୍ ଓ ଘରୋଇ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଏହି ୪ଖେଳାଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରେୟାସ୍ ଆୟର ଦଳର ନେତୃତ୍ୱ ନେବେ । ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ୩ଟି ଟି-ଟ୍ୱେଣ୍ଟି (ଜୁଲାଇ ୨୩, ୨୫, ୨୬ ତାରିଖ) ଖେଳିବ ।

Indian squad

ରିଙ୍କୁ ସିଂହଙ୍କ ଅପେକ୍ଷାର ଅନ୍ତ- ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି । ରିଙ୍କୁ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ଏବଂ ୨୦୨୬ ଏସୀୟ କ୍ରୀଡାରୁ ବଞ୍ଚିତ ହୋଇଥିଲେ । ବର୍ତ୍ତମାନ, ଚୟନକର୍ତ୍ତା ରିଙ୍କୁଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ରିଙ୍କୁଙ୍କୁ ଟି-୨୦ କ୍ରିକେଟରେ ଭାରତର ଶ୍ରେଷ୍ଠ ଫିନିସରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ଶେଷ ଓଭରଗୁଡ଼ିକରେ ଦ୍ରୁତ ସ୍କୋର କରିବାର କ୍ଷମତା ଅଛି । ତାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆର ମଧ୍ୟମ ଏବଂ ନିମ୍ନ କ୍ରମକୁ ମଜବୁତ କରିବ ବୋଲି ଆଶା କରାଯାଉଛି । ଭାରତୀୟ ଟି-୨୦ ଦଳର ସ୍ଥାନ ପାଇଁ ପ୍ରତିଯୋଗିତା ବଢୁଥିବାରୁ ରିଙ୍କୁଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହେବ । ତାଙ୍କୁ ମିଳିଥିବା ସୁଯୋଗର ଫାଇଦା ଉଠାଇବାକୁ ପଡିବ ।

ସଞ୍ଜୁ ବିଶ୍ରାମ, ପ୍ରଭସିମରନ ଇନ୍- ଜିମ୍ବାୱେ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ସଞ୍ଜୁ ସାମସନଙ୍କ ନାମ ନାହିଁ । ଦଳ ଚୟନକୁ ନେଇ ତାଙ୍କ ଅନୁପସ୍ଥିତି ସବୁଠାରୁ ବଡ଼ ଆଲୋଚନାର ବିଷୟ ହୋଇଛି । ଚୟନକର୍ତ୍ତାମାନେ ତାଙ୍କର ସ୍ଥିର କ୍ରିକେଟ୍ ଏବଂ କାର୍ଯ୍ୟଭାରକୁ ଧ୍ୟାନରେ ରଖି ଏହି ସିରିଜରୁ ସଞ୍ଜୁ ସାମସନଙ୍କୁ ବିଶ୍ରାମ ଦେଇଛନ୍ତି । ସଞ୍ଜୁ ବାଦ ପଡିବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ତାଙ୍କ ସ୍ଥାନରେ ପ୍ରଭସିମରନଙ୍କୁ ୱିକେଟକିପରି ବ୍ୟାଟର ଭାବେ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିଛି । ୨୦୨୩ରେ ଏସୀୟ କ୍ରୀଡିରେ ଭାରତୀୟ ଦଳରେ ସାମିଲ ଥିଲେ କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+