ନବୋଦୟ ବିଦ୍ୟାଳୟ ପାଇଁ ଆବେଦନ ଆରମ୍ଭ, ନଭେମ୍ଵର ୨୮ରେ ଏଣ୍ଟ୍ରାନ୍ସ
ଜବାହାର ନବୋଦୟ ବିଦ୍ୟାଳୟ ପାଇଁ ଆଜିଠୁ ଆବେଦନ। ଷଷ୍ଠ ଶ୍ରେଣୀ ପାଇଁ ଛାତ୍ରଛାତ୍ରୀମାନେ ଜୁଲାଇ ୭ ଠାରୁ ଆବଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୩୧ ରହିଛି। ନଭେମ୍ଵର ୨୮ରେ ଏଣ୍ଟ୍ରାନ୍ସ ପରୀକ୍ଷା ହେବ। ୨୦୨୭ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ରେଜଲ୍ଟ ଘୋଷଣା ହେବ। ଚଳିତ ବର୍ଷ ଏହି ପରୀକ୍ଷା ଗତ ଦୁଇ ବର୍ଷ ତୁଳନାରେ ଶୀଘ୍ର ଆୟୋଜନ କରାଯାଇଛି। ତେବେ ନବୋଦୟ ବିଦ୍ୟାଳୟ ସମିତି ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଆଡମିଶନ ନିୟମ ଲାଗୁ କରିଛି। ଛାତ୍ରଛାତ୍ରୀମାନେ କେବଳ ନିଜ ଜିଲ୍ଲା ସ୍ଥିତ ନବୋଦୟ ବିଦ୍ୟାଳୟରେ ଆବେଦନ କରିପାରିବେ।..

ଯୋଗ୍ୟତା ନିୟମ
-୨୦୨୬-୨୭ ଏକାଡେମିକ୍ସ ସେସନ ସମୟରେ କୌଣସି ମାନ୍ୟତା ପ୍ରାପ୍ତ ସ୍କୁଲରେ ୫ମ ଶ୍ରେଣୀ ଯାଏଁ ପାଠ ପଢିଥିବା ଦରକାର।
-ଛାତ୍ରଛାତ୍ରୀ ଯେଉଁ ଜିଲ୍ଲାର ନିବାସୀ ସେହି ଜିଲ୍ଲାରେ ଆଡମିଶନ ପାଇଁ ଆବେଦନ କରିପାରିବେ।
-ମାନ୍ୟତା ପ୍ରାପ୍ତ ସ୍କୁଲରେ ୩ୟ,୪ର୍ଥ ଏବଂ ପଞ୍ଚମ ଶ୍ରେଣୀ ପଢା ଶେଷ କରିଥିବା ଦରକାର।
ବୟସ ସୀମା
-୨୦୧୫ ମେ ୧ ଏବଂ ୨୦୧୭ ଜୁଲାଇ ୩୧ ମଧ୍ୟରେ ଜନ୍ମ ହୋଇଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ।
ପେପର ପାଟର୍ଣ୍ଣ
୨ ଘଣ୍ଟାର ପ୍ରବେଶିକା ପରୀକ୍ଷା ହେବ। ସାଢେ ୧୧ଟାରୁ ସାଢେ ୧ଟା ଯାଏଁ ପରୀକ୍ଷା ହେବ। ଏଥିରେ ୩ଟି ସେକ୍ସନ ରହିବ। ମୋଟ ୮୦ଟି ପ୍ରଶ୍ନ ଆସିବ। ୧୦୦ ମାର୍କର ପରୀକ୍ଷା ହେବ।
ମେଣ୍ଟାଲ ଆବିଲିଟି ଟେଷ୍ଟ- ୪୦ ପ୍ରଶ୍ନ- ୫୦ ମାର୍କ- ୧ ଘଣ୍ଟା
ଏରିଥମେଟିକ୍ ଟେଷ୍ଟ- ୨୦ ପ୍ରଶ୍ନ-୨୫ ମାର୍କ-୩୦ ମିନିଟ୍
ଭାଷା ଦକ୍ଷତା ପରୀକ୍ଷା-୨୦ ପ୍ରଶ୍ନ-୨୫ ମାର୍କ-୩୦ ମିନିଟ୍
ମୋଟ-୮୦ ପ୍ରଶ୍ନ-୧୦୦ ମାର୍କ-୨ ଘଣ୍ଟା
ସଠିକ୍ ଉତ୍ତର ପାଇଁ ୧.୨୫ ନମ୍ଵର ଦିଆଯିବ। ଭୁଲ୍ ହେଲେ ନେଗେଟିଭ୍ ମାର୍କିଂ ହେବ ନାହିଁ। ମାର୍ଚ୍ଚା ମାସରେ ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା ହେବ।
ଆହୁରି ପଢନ୍ତୁ- ପାଠ୍ୟପୁସ୍ତକ ତ୍ରୁଟି ଘଟଣା : ଯାଞ୍ଚ ବିନା ଏନ୍ସିଇଆର୍ଟି ବହିରୁ ସିଧା କପି, ଯୋରନ୍ଦା ମେଳା ଚିତ୍ର ସ୍ଥାନରେ ସୁରଜକୁଣ୍ଡ ମେଳା
ISKCON Issue | ଅଦିନିଆ ରଥଯାତ୍ରା ନେଇ ଚିଠି ଲେଖିଲେ ଗଜପତି, ହସ୍ତକ୍ଷେପ କରନ୍ତୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ..












Click it and Unblock the Notifications