ଆଜି ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ
ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ ୧୧ଟା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଗଲା। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ ୧ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରାଯିବ। ପରମ୍ପରା ଅନୁସାରେ, ପୂଜାପାଠ ପରେ ପ୍ରଥମେ ୭ ନମ୍ବର ଫାଟକ ଓ ପରେ କ୍ରମାନ୍ବୟରେ ୪ଟି ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ମୋଟ ୦୪ ସ୍ଲୁଇସ୍ ଗେଟ୍ ଖୋଲା ରହିବ। (ବାମ ୦୩ + ଡାହାଣ ୦୧)।

୨ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଘଣ୍ଟା ଭିତରେ ତାହା ୨୦ ହଜାର କ୍ୟୁସେକ ଯାଏ ହ୍ରାସ ପାଇଛି। ବର୍ଷା ହେଉନଥିବା ହେତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଛି। ନଦୀବନ୍ଧରେ ବନ୍ୟାଜଳ ନିଷ୍କାସନକୁ ନେଇ ପୂର୍ବରୁ ମହାନଦୀ ତଟବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ସେହିପରି, ବୁର୍ଲା, ସମ୍ବଲପୁର ଅଞ୍ଚଳରେ ମାଇକ୍ ଜରିଆରେ ମହାନଦୀ ମଧ୍ୟକୁ ପ୍ରବେଶ ନ କରିବା ପାଇଁ ସତର୍କ କରାଯାଇଛି।












Click it and Unblock the Notifications