କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ
ରାଜ୍ୟସଭା ନିର୍ବାଚନରେ ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ କଂଗ୍ରେସର ୩ ଜଣ ବିଧାୟକ ଥିବାବେଳେ ବିଜେଡିରୁ ୫ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ଅନ୍ୟ ଦୁଇଜଣ ବିଜେଡିରୁ ନିଲମ୍ବିତ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି ।ବିଜେଡିରୁ କ୍ରସ ଭୋଟିଂ କରିଥିବା ୫ ବିଧାୟକ ହେଲେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ବସ୍ତା ବିଧାୟିକା ସୁବାସିନୀ ଜେନା, ନବ ମଲ୍ଲିକ ଓ ଦେବୀ ରଞ୍ଜନ ତ୍ରିପାଠୀ ।
କ୍ରସ ଭୋଟିଂ କରିଥିବା ଅନ୍ୟ ଦୁଇ ବିଧାୟକ ହେଲେ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଯେ କି ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇସାରିଛନ୍ତି । ସେହିପରି କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ । ସେମାନେ ହେଲେ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ । ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

ତେବେ କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ବିସ୍ଫୋରକ ବୟାନ ଦେଇଛନ୍ତି। ଭକ୍ତ କହିଛନ୍ତି, କଂଗ୍ରେସରୁ ୩ ଜଣ ବିଧାୟକ କରିଛନ୍ତି। ସେମାନେ ହେଲେ ରମେଶ ଜେନା, ସୋଫିଆ ଫିର୍ଦ୍ଦୋଶ ଓ ଦାଶରଥୀ ଗମାଙ୍ଗ । ତିନି ଜଣଙ୍କ କ୍ରସ୍ ଭୋଟିଂ ନେଇ ଟେଲିଫୋନରେ AICCକୁ ଜଣାଇଥିବା ପିସିସି ସଭାପତି କହିଛନ୍ତି ।
ଭକ୍ତ କହିଛନ୍ତି ୩ ଜଣ ବିଧାୟକ ଏଭଳି ଭାବେ କାମ କରିବା କଳ୍ପନାର ବାହାରେ ଥିଲା । ସ୍ବଇଚ୍ଛାରେ ବିରୋଧାଚରଣ କରି ବିଶ୍ବାସଘାତ କରିଛନ୍ତି । ଏଭଳି ସମସ୍ୟଙ୍କ ବିଧାନସଭାରୁ ସଦସ୍ୟତା କାଟିଦେବା ଉଚିତ୍ । ଜମିଦାର ହୋଇ କଂଗ୍ରେସ ଦଳରେ ଥିବା ଲୋକମାନେ ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ ବୋଲି ଭକ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications