ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ
ରାଜ୍ୟସଭା ନିର୍ବାଚନ ମତଦାନ ଜାରି । ଓଡ଼ିଶାର ୪ ଆସନ ପାଇଁ ୫ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଭୋଟିଂ । ପ୍ରଥମ ଦୁଇଟି ସିଟ୍ ଭାରତୀୟ ଜନତା ପାର୍ଟିର ବିଜୟ ନିଶ୍ଚିତ ଥିବା ବେଳେ ଗୋଟିଏ ଆସନ ବିଜୁ ଜନତା ଦଳର । ତେବେ ଚତୁର୍ଥ ଆସନ ପାଇଁ ଲଢ଼େଇ ଜୋରଦାର । ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେଡି ଓ କଂଗ୍ରେସର ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ମଧ୍ୟ କଡ଼ା ଟକ୍କର । ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଚାଲିଛି ମତଦାନ । ହେଲେ ଏହାରି ଭିତରେ ବ୍ରହ୍ମଗିରି ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ବିବାଦ ଦେଖା ଦେଇଛି । ବାଲଟ୍ ପେପରରେ ଓଭର ରାଇଟିଂ ପରେ ଦ୍ବିତୀୟ ବାଲଟ ପେପର ଦାବି କରିବାକୁ ନେଇ ବିବାଦ ଉପୁଜିଛି ।

ସୂଚନା ଅନୁଯାୟୀ, ବିଜେପି ବିଧାୟିକା ଉପାସନା ମହାପାତ୍ର ରାଜ୍ୟସଭା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ବିଧାନସଭାର ୫୪ନଂ ବୁଥରେ ପହଞ୍ଚିଥିଲେ । ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ପ୍ରିଜାଇଡିଂ ଅଫିସରଙ୍କ ଠାରୁ ପ୍ରଥମ ବାଲଟ୍ ପେପର ଆଣିଥିଲେ । ମାତ୍ର ସେଥିରେ ଲେଖିବା ବେଳେ ଓଭର ରାଇଟିଂ କରିଦେଇଥିଲେ । ଭୋଟ୍ ନାକଚ୍ ହେବା ଭୟରେ ଆଉ ଏକ ବାଲଟ୍ ପେପର ଦାବି କରିଥିଲେ । ଯାହାକୁ ବିରୋଧ କରିଥିଲେ ଉଭୟ ବିଜେଡି ଏବଂ କଂଗ୍ରେସର ଏଜେଣ୍ଟ । ତାଙ୍କୁ କାହିଁକି ଦ୍ବିତୀୟ ସୁଯୋଗ ଦିଆଗଲା ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ମୁଖ୍ୟସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକା ।
ସେପଟେ ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଉପାସନା ଦ୍ବିତୀୟ ଥର ଭୋଟ୍ ଦେବା ଅଗଣତାନ୍ତ୍ରିକ । ବେଆଇନ ଭାବେ ଭୋଟ୍ ଗ୍ରହଣ କରାଯାଇଛି । ଏହା ନିର୍ବାଚନୀ ନିୟମକୁ ଉଲ୍ଲଙ୍ଘନ କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications