ନବୀନ ବାବୁ ମିଛ କହିଛନ୍ତି, ଅରବିନ୍ଦ ମହାପାତ୍ର
ପାଟକୁରା ଡେରାବିଶ ବ୍ଲକରେ ଶନିବାର ଶକ୍ତି ପ୍ରଦର୍ଶନ କରିଛନ୍ତି ନିକଟରେ ବିଜେଡିରୁ ବିଦା ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଏକ ମୋଟରସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଯାଇ ଅରବିନ୍ଦ ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱରପୁରରେ ପହଞ୍ଚି ଲାଲ୍ବାହାଦୂର ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କରିଛନ୍ତି ଅରବିନ୍ଦ।

ସେ କହିଛନ୍ତି, ନବୀନ ବାବୁ ମିଛ କହିଛନ୍ତି, ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି। ୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି। ମୋ ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି, ମାତ୍ର ଏଥିରେ ମୁଁ ଆଦୌ ବିଚଳିତ ନୁହେଁ। ପାଟକୁରାବାସୀ ମୋତେ ନିର୍ବାଚନ ଜିତାଇଛନ୍ତି, ବିଧାନସଭାରେ ସେହି ପାଟକୁରାବାସୀଙ୍କ ପାଇଁ ସ୍ବର ଉଠାଇବି ବୋଲି ଅରବିନ୍ଦ କହିଛନ୍ତି।
More From
-
ଭୁବନେଶ୍ୱରରେ ଐତିହାସିକ ମୁହୂର୍ତ୍ତ: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଉଦ୍ଘାଟିତ -
ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ -
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
୨୭ ଦିନରେ ଆମେରିକା-ଇରାନ ଯୁଦ୍ଧ -
Adani ଓ Youth4Jobsର ବଡ଼ ଉଦ୍ୟମ: ଭିନ୍ନକ୍ଷମ ଫଟୋଗ୍ରାଫରଙ୍କ ପାଇଁ Global Ability Photography Challenge 2026 ଆରମ୍ଭ







Click it and Unblock the Notifications