ଗତଥର ଅପେକ୍ଷା ଏଥର ଓଡ଼ିଆ ଅସ୍ମିତାକୁ ଅଧିକ ଫୋକସ ,୩୭୪ କୋଟି ଟଙ୍କାର ବ୍ୟୟବରାଦ
ବହୁ ପ୍ରତିକ୍ଷିତ ବଜେଟ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପାଣ୍ଠି ବଜେଟରେ ବରାଦ ହୋଇଛି । ଏଥିରେ ମାଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ଭିତ୍ତିଭୂମି, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରକୁ ଫୋକସ୍ କରାଯାଇଛି । ଚଳିତ ବଜେଟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର । ଗତଥର ଅପେକ୍ଷା ଏଥର ଓଡ଼ିଆ ଅସ୍ମିତାକୁ ଅଧିକ ଫୋକସ ଦେଇ ଓଡ଼ିଆ ଅସ୍ମିତା ପାଇଁ ୩୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଓଡ଼ିଶାର ସମୃଦ୍ଧ ଐତିହ୍ୟ, ଭାଷା ଏବଂ ସାଂସ୍କୃତିକ ସମ୍ପଦ, ଏହାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ଭୁବନେଶ୍ୱରରେ ଏକ ବିଶ୍ୱ ମାନର ସଂଗ୍ରହାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି, ଯାହା ଆମର ଗୌରବମୟ ଅତୀତକୁ ପ୍ରଦର୍ଶନ କରିବ। ସାମରିକ କଳା କୌଶଳ 'ଛଉ' ଆମର ଗର୍ବ। ଆମେ ବାରିପଦା ଠାରେ 'ମୟୂରଭଞ୍ଜ ଛଉ ଏକାଡେମୀ' ପ୍ରତିଷ୍ଠା କରିବୁ, ଯାହା ପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରାବଧାନ କରାଯାଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications