ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର !
ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ ଅଭିଯୋଗ। ନାବାଳକ କାନରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।
ଖବର ଅନୁଯାୟୀ, ନାବାଳକ ଜଣକ ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର। ଶୁକ୍ରବାର ରାତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପରିବାର ଲୋକଙ୍କ ସହିତ ପୁରୀ ଆସିଥିଲା ନାବାଳକ। ହେଲେ ନାବାଳକଙ୍କୁ ଶ୍ରୀମନ୍ଦିର ମଧ୍ୟରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଯାହାପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି, କିଏ ମାଡ଼ ମାରିଛନ୍ତି । ସେନେଇ ଜାରି ରହିଛି ତଦନ୍ତ ।

More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications