Get Updates
Get notified of breaking news, exclusive insights, and must-see stories!

ଫେବୃଆରୀ ୧୯ ରୁ ମେଟ୍ରିକ୍ ପରୀକ୍ଷା, ଏଥର ସ୍ଵତନ୍ତ୍ର ବ୍ୟବସ୍ଥା

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ବିବାଦ ଘେରକୁ ଆସିଥିବା ବୋର୍ଡ ଏଥର ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ଅଧିକ ଗୁରୁତ୍ବ ଦେଉଛି। ବିଶେଷକରି ପ୍ରଶ୍ନପତ୍ର ଯେଭଳି ପ୍ରଘଟ ନହେବ; ସେ ନେଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ରରେ କ୍ୟୁଆର କୋର୍ଡ ଓ ୱାଟର ମାର୍କ ରଖିଛି ବୋର୍ଡ। ଫଳରେ ପ୍ରଶ୍ନପତ୍ର ପ୍ରଘଟ ହେଲେ ସହଜରେ ଜଣାପଡ଼ିବ। ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଛି। ଖୁବଶୀଘ୍ର ଏହାକୁ ନୋଡାଲ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥର ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Matriculation exams

ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ସାଙ୍ଗକୁ ସଂସ୍କୃତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକସଙ୍ଗେ ଅନୁଷ୍ଠିତ ହେବ। ଫେବୃଆରୀ ୧୯ରେ ପ୍ରଥମ ଭାଷା, ଫେବୃଆରୀ ୨୧ରେ ଦ୍ବିତୀୟ ଭାଷା, ଫେବୃଆରୀ ୨୩ରେ ତୃତୀୟ ଭାଷା, ଫେବୃଆରୀ ୨୫ରେ ବିଜ୍ଞାନ, ଫେବୃଆରୀ ୨୭ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ କରାଯିବ। ଗଣିତ ପରୀକ୍ଷା ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍‌ ସମୟ ମିଳିବ। ରାଜ୍ୟର ୩, ୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫, ୬୦, ୫୧୨ ବିଦ୍ୟାର୍ଥୀ। ଏଥିଲାଗି ୩୨୨ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା କଡ଼ା ସୁରକ୍ଷାରେ ରଖାଯିବ। ସମସ୍ତ ନୋଡାଲ ସେଣ୍ଟର ଗୁଡ଼ିକୁ ଭାଇରାଲ ରେଜିଷ୍ଟାନ୍ସ କରାଯାଇଛି। ବୋର୍ଡ ମୁଖ୍ୟାଳୟରେ ପରୀକ୍ଷା ପରିଚାଳନା ଲାଗି କମାଣ୍ଡ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ମାଟ୍ରିକ ପରୀକ୍ଷା ପରିଚାଳନା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳନା ଉପରେ ବୋର୍ଡ ଗୁରୁତ୍ବ ଦେଉଛି। ଇତିମଧ୍ୟରେ ଓଏମ୍‌ଆରସିଟ୍‌ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଛି। ପରୀକ୍ଷା ପରିଚାଳନା ନେଇ ବୋର୍ଡ ପକ୍ଷରୁ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+