କଳିଙ୍ଗ ଷ୍ଟୁଡିଓ ଛକରେ ଭୟଙ୍କର ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି
ପୁଣି ରାଜଧାନୀରେ ଲାଗିଲା ନିଆଁ । ଜଳିଗଲା ସପନ, ପାଉଁଶ ହୋଇଗଲା ପରିଶ୍ରମ । ବିଳମ୍ବିତ ରାତିରେ ଜଳିଗଲା ୧୫ଟି ଦୋକାନ ସହ ୬ଲକ୍ଷ ଟଙ୍କାର ସାମଗ୍ରୀ । ନିଆଁର ଆଁରେ ଜଳିଗଲା ଅନେକ ଦାମୀ ସୋଫା ଏବଂ ଅନେକ କଞ୍ଚା ପରିବା। କଳିଙ୍ଗ ଷ୍ଟୁଡିଓ ଛକ ତାରିଣୀ ହାଟରେ ଏହି ଭୟାବହ ନିଆଁ ଲାଗିଥିଲା ।

ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ପହଞ୍ଚିଥିଲା । ନିଆଁଲିଭା କାମରେ ୩୦ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ସୌଭାଗ୍ୟ ବଶତଃ ନିଆଁ ଅଧିକ ବ୍ୟାପିବା ଆଗରୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ। ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ନିଆଁ ଅଧିକ ବ୍ୟାପି ପାରିନାହିଁ ସତ, କିନ୍ତୁ ଅନେକ ପରିବାରର ରୋଜଗାର ଏବେ ମାଟିରେ ମିଶିଯାଇଛି। ନିଆଁ ଲାଗିବା କାରଣ ଅସ୍ପଷ୍ଟ ଥିବାବେଳେ, କେହି ଜାଣିଶୁଣି ଏଭଳି କାଣ୍ଡ କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications