ଆଜିଠୁ ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ
ପାଞ୍ଚ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ। ଛତିଶଗଡର ମନମାନି ପାଇଁ ମରୁଭୂମିର ରୂପ ନେବାକୁ ବସିଛି ଓଡ଼ିଶାର ଜୀବନରେଖା । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାନଦୀର ସ୍ଥିତି ପରଖିବାକୁ ଆଜି ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ । ଆଜିଠୁ ଆସନ୍ତା ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ମହାନଦୀ ଅବବାହିକା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ।ଏହି ପରିଦର୍ଶନ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ପ୍ରୟାସ ବୋଲି କୁହାଯାଉଛି ।

ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ତାଙ୍କ ଟିମ୍ ଏହି ୫ ଦିନିଆ ଗସ୍ତ ଅବସରରେ ମହାନଦୀର ଝାରସୁଗୁଡ଼ା, ସମ୍ୱଲପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଟ୍ରିବ୍ୟୁନାଲ ପକ୍ଷରୁ ଏକ ବୈଷୟିକ ଟିମ୍ ମହାନଦୀର ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ୟ୍ୟ ବୁଲି ସମୀକ୍ଷା କରିଥିଲେ । ଏବେ ଖୋଦ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆସୁଥିବାରୁ ଏହି ଜଳ ବିବାଦର ସମାଧାନ ହେବା ଆଶା ସଞ୍ଚାର ହୋଇଛି ।
ଦୀର୍ଘ ଅଢେଇ ବର୍ଷ ପରେ ପୁଣି ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍
ପାଞ୍ଚ ଦିନିଆ ଗସ୍ତ ଅବସରରେ ମହାନଦୀ ଅବବାହିକା ବୁଲି ଦେଖିବ ଟିମ୍
ହୀରାକୁଦ ଡ୍ୟାମ ଓ ମହାନଦୀ ତଳମୁଣ୍ଡକୁ ଯାଇ ସ୍ଥିତି ପରଖିବେ
ହୀରାକୁଦ ଡ୍ୟାମର ସ୍ପିଲ ୱେ ଓ କମାଣ୍ଡ ଏରିଆ, ବୁର୍ଲା ପାୱାର ହାଉସ ବୁଲିବେ
ଚିପିଲିମା ପାୱାର ହାଉସ ସହ ଅନ୍ୟାନ୍ୟ ଅଞ୍ଚଳ ବୁଲି ସ୍ଥିତି ପରଖିବ ଟିମ୍
ସମ୍ବଲପୁର ଓ ଝାରସୁଗୁଡା ଅଞ୍ଚଳରେ ମହାନଦୀର କ୍ଷେତ୍ର ପରିଦର୍ଶନ କରିବେ
ମହାନଦୀରେ ଜଳ ପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ
ଜଳ ବିବାଦ ନେଇ ବୈଷୟିକ, ପରିବେଶଗତ ଦିଗ ଗୁଡିକର ମୂଲ୍ୟାଙ୍କନ କରିବେ
ଟ୍ରିବ୍ୟୁନାଲ ଗଠନକୁ ୮ ବର୍ଷ ବିତିବାକୁ ବସିଛି
ମହାନଦୀ ଟ୍ରିବ୍ୟୁନାଲରେ ୫୦ରୁ ଅଧିକ ଥର ଶୁଣାଣି ସରିଛି,
ପ୍ରତିଥର ଓଡ଼ିଶା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛି
ଛତିଶଗଡର ମନମାନିକୁ ଟ୍ରିବ୍ୟୁନାଲ ଅଙ୍କୁଶ ଲଗାଇପାରୁନି
ଓଡ଼ିଶା ପଟେ ଶୁଖିଲା ପଡିଥିବା ମହାନଦୀକୁ ପାଣି ଆସୁନାହିଁ
ଟ୍ରିବ୍ୟୁନାଲ ଟିମ କ୍ଷେତ୍ର ପରିଦର୍ଶନ କରିବା ଫେରିବା ପରେ ମାର୍ଚ୍ଚ ୧୪ରେ ଶୁଣାଣି
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications