Get Updates
Get notified of breaking news, exclusive insights, and must-see stories!

ପ୍ରେମ ସପ୍ତାହ ; ଆଜି ଦେବେ ଚକୋଲେଟ୍

ଗୋଲାପ ଫୁଲ ଦେଇ ପ୍ରେମ ସପ୍ତାହର ଆରମ୍ଭ କରିବା ପରେ ଏହାକୁ ଆଉ ଟିକେ ମଜଭୁତ କରିବା ଲାଗି ମନର କଥା କହି ପ୍ରପୋଜ କରିଥିଲେ । ପୁରୁଣା ପ୍ରେମ, ପୁରୁଣା ସମ୍ପର୍କକୁ ଆଉ ଥରେ ପ୍ରପୋଜ କରିବା ଛଳରେ ନୂଆ କରିଥିଲେ । କିଏ ହାତରେ ଗୋଲାପ ଫୁଲ ଧରି ଆଣ୍ଠେଇ ପ୍ରେମ ନିବେଦନ କରିଥିଲେ ତ ଆଉ କିଏ ଗୋଛାଏ ସୂର୍ଯ୍ୟମୁଖି ଧରି ପହଞ୍ଚି ଯାଇଥିଲେ । ଏଭଳି ଭାବେ ପ୍ରେମ ନିବେଦନର ପର୍ବ ସରିଥିଲା । ଆଜି ପାଳନ ହେଉଛି ଚକୋଲେଟ୍ ଡେ' । ଏଥର କିନ୍ତୁ ସେଇ ଚିରାଚରିତ ଢ଼ଙ୍ଗରେ ମନ ପସନ୍ଦର ଚକେଲୋଟ ଦିଆନିଆ ହେବେ ନାହିଁ ।

Chocolates
ଏହି ଦିନଟିକୁ ସ୍ମରଣୀୟ କରିବା ଲାଗି ଟିକେ ଭିନ୍ନ ଢ଼ଙ୍ଗରେ ପାଳିବାକୁ ମନସ୍ଥ କରିଛନ୍ତି ଯୁବପିଢ଼ି । ସେଥିପାଇଁ ଗୋଟିଏ ଦିନ ଆଗକୁ ବରାଦ ଦିଆ ସରିଛି ଫୁଲ ଦୋକାନରେ । ତା'ସହିତ ଚକୋଲେଟ୍ ଗୁଡ଼ିକ ମଧ୍ୟ ଦେଇ ଆସିଛନ୍ତି । ଫୁଲ ଦୋକାନୀମାନେ ଫୁଲ ସହିତ ବିଭିନ୍ନ ପ୍ରକାରର ଚକୋଲେଟ୍ ସବୁ ତୋଡାରେ ଖଞ୍ଜି ଏହି ବୁକେ ପ୍ରସ୍ତୁତ କରୁଛନ୍ତି । ଆଜିକାଲି ଏହି ଟ୍ରେଣ୍ଡ ବେଶୀ ଚାଲିଛି । ତା'ସହିତ କିଛି ବୁକେର ଗୋଟିଏ ସାଇଡ୍ରେ ଫୁଲ ସଜାଯାଉଛି ତ ଆଉ ଗୋଟିଏ ସାଇଡ୍ରେ ଚକୋଲେଟ ରଖାଯାଉଛି । କଷ୍ଟମାଇଜ୍ ଚକୋଲେଟ୍ ବି ମୁଖ୍ୟ ଆକର୍ଷଣ ପାଲଟିଛି । ତା'ସହିତ ବୁକେକୁ ଆକର୍ଷଣୀୟ କରିବା ଲାଗି ଛୋଟ ଟେଡ୍ଡି ବି ରଖାଯାଉଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+