ଭାରତର ପ୍ରଥମ ସହିଦ ଜୟୀ ରାଜଗୁରୁ, କେମିତି ଥିଲା ସଂଘର୍ଷ, ବଳିଦାନ ଦିବସରେ ଜାଣନ୍ତୁ ଅଜଣା କଥା

କୁଆଡେ ବହି ଯାଉଛି କାଳ
ଗଲାଣି କଟି କେତେଶ' ସାଲ
ରହିଛି ଏବେ କଥା
ଜଇଆ ପଛେ ଜୀବନ ଦେଲା
ନୁଆଁଇ ନାହିଁ ମଥା ।
ଜଇଆ ମୁଣ୍ଡ ନୁଆଁଇଲାନି।

ମେଦିନୀପୁର ନିକଟବର୍ତ୍ତୀ ବାଜିତୋଟାର ଗୋଟିଏ ଝଙ୍କାଳିଆ ବରଗଛ ଡାଳରେ ତାଙ୍କର ଦୁଇ ଗୋଡ ବାନ୍ଧି ଦୁଇଫାଳ କରି ଦିଆ ଦିଆଯାଇଥିଲା । ଦିନଟି ଥିଲା ୧୮୦୬ ମସିହା ଡିସେମ୍ବର ୦୬ ତାରିଖ। ସହିଦ ହୋଇଥିଲେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରାଜଗୁରୁ। ହୁଏତ ନିୟତି କହୁଥିଲା ଡିସେମ୍ବର ୦୬ରେ ହିଁ ପୁନଜନ୍ମ ଲାଭ କରିବ 'ସ୍ୱାଧୀନତାର କ୍ରାନ୍ତି'। ଆଉ ସେଇଆ ହିଁ ହେଲା ।

ସଂଗ୍ରାମୀ ହେଉଛନ୍ତି ଜୟ କୃଷ୍ଣ ରାଜଗୁରୁ ମହାପାତ୍ର। ଓଡ଼ିଶାରେ ସେ ଜୟୀ ରାଜଗୁରୁ ନାମରେ ଅଧ୍ୟକ ଭାବରେ ଜଣା । ପୁରୀ ନିକଟବର୍ତ୍ତୀ ବୀର ହରେକୃଷ୍ଣପୁର ଗ୍ରାମରେ ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂର୍ବପୁରୁଷ ଖୋର୍ଦ୍ଧା ରାଜାଙ୍କ ଦରବାରରେ ରାଜଗୁରୁ' ପଦରେ ରହି ଆସିଥିଲେ । ସେମାନେ ରାଜାଙ୍କୁ ରାଜନୀତି, ସାମରିକ ଓ ଧର୍ମ ସମ୍ବନ୍ଧୀୟ ପରାମର୍ଶ ଦେଉଥିଲେ । ଜୟୀ ରାଜଗୁରୁ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଖୋର୍ଦ୍ଧା ରାଜା ଦ୍ବିତୀୟ ଦିବ୍ୟସିଂହଦେବଙ୍କ ରାଜଗୁରୁଭାବେ ଅଭିଷିକ୍ତ ହୋଇଥିଲେ । ଦ୍ବିତୀୟ ଦିବ୍ୟସିଂହଦେବ ଅଳ୍ପ ବୟସରେ ମୃତ୍ୟୁବରଣ କରିବା ପରେ ସିଂହାସନ ପାଇଁ କନ୍ଦଳ ସୃଷ୍ଟି ହେଲା, ମାତ୍ର ରାଜଗୁରୁଙ୍କ ଚେଷ୍ଟାରେ ଦିବ୍ୟସିଂହଦେବଙ୍କ ପୁତ୍ର ଦ୍ବିତୀୟ ମୁକୁନ୍ଦଦେବ ସିଂହାସନାରୂଢ଼ ହୋଇଥିଲେ । କିନ୍ତୁ ସେ ନାବାଳକ ଥିବାରୁ ତାଙ୍କ ତତ୍ତ୍ୱବଧାରକ ଭାବେ ଜୟୀ ରାଜଗୁରୁ ଶାସନ କାର୍ଯ୍ୟ ପରିଚାଳନା କରିଥିଲେ । । ମୁକୁନ୍ଦଦେବଙ୍କ ରାଜତ୍ଵ କାଳ ଓଡ଼ିଶା ଇତିହାସରେ ଅତି ଗୁରୁତ୍ଵପୂର୍ଣ୍ଣ ଥିଲା । ସେ ଥିଲେ ଓଡ଼ିଶାର ଶେଷ ସ୍ଵାଧୀନ ରାଜା । ତାଙ୍କ ସମୟରେ ୧୮୦୩ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧ୍ବକାର କରି ଉତ୍ତରରେ ବାଲେଶ୍ବର ଓ କଟକ ଏବଂ ଦକ୍ଷିଣରେ ଗଞ୍ଜାମ ନିଜ ଶାସନ ଅନ୍ତର୍ଭୁକ୍ତ କରିଥିଲେ । ଖୋର୍ଦ୍ଧା ଏକ ସ୍ଵାଧୀନ ରାଜ୍ୟ ଥିଲା ।

India s first martyr Jayi Rajguru

ଇଷ୍ଟ ଇଣ୍ଡିଆ କମ୍ପାନୀ ୧୭୫୭ ମସିହାରେ ପଲାସି ଯୁଦ୍ଧରେ ସିରାଜ ଉଦୌଲାଙ୍କୁ ପରାସ୍ତ କରିବା ପରେ ଓଡ଼ିଶାର ମିଦିନାପୁର ଅଞ୍ଚଳ ଏହା ଅଧୀନକୁ ଆସି ଲ। ଏହ। ପରେ ଏହି ଅଗ୍ରସର ହେ।ଇ ବାଲେଶ୍ୱରରେ ଗୋଟିଏ କାରଖାନା ସ୍ଥାପନ କଲା । ଏହା ୧୭୬୫ ମସିହାରେ ହାଇଦ୍ରାବାଦ ନିଜାମଙ୍କଠାରୁ ଗୋଦାବରୀ ନଦୀଠାରୁ ଚିଲିକା ପର୍ଯ୍ୟନ୍ତ ଅଞ୍ଚଳକୁ ପାଇଥିଲା । ଏହା ଗଞ୍ଜାମରେ ଗୋଟିଏ ଦୁର୍ଗ ନିର୍ମାଣ କରିଥିଲ । ଏଣୁ ଖୋର୍ଦ୍ଧା ମଧ୍ୟ ଦେଇ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଗୋଟିଏ ବାଣିଜ୍ୟ ପଥ ହାସଲ କରିବା ପାଇଁ ଇଂରେଜମାନେ ଚାହିଁଲେ । ପୁନଶ୍ଚ ସୈନ୍ୟମାନେ କଲିକତାଠାରୁ ମାନ୍ଦ୍ରାଜ ଯିବା ପାଇଁ ଖୋର୍ଦ୍ଧା ଦେଇ ଯିବାକୁ ପଡ଼ିଲା । ଏଣୁ ଇଂରେଜମାନେ ଏଥିପାଇଁ ରାଜା ଦ୍ବିତୀୟ ଦିବ୍ୟସିଂହ ଦେବଙ୍କୁ ୧୭୯୮ ମସିହାରେ ଅନୁମତି ମାଗିଲେ । ମାତ୍ର ଜୟୀ ରାଜଗୁରୁଙ୍କ ବିରୋଧ ଯୋଗୁଁ ଏହି ଅନୁମତି ମିଳିଲା ନାହିଁ । । ଗଞ୍ଜାମ ମାଜିଷ୍ଟ୍ରେଟ୍ କ ଣ୍ଡ୍ ଲ୍ ହାର କୋର୍ଟ ୧୮୦୩ ମସିହାରେ ମରାଠାମାନଙ୍କ ସହ ଦେଓଗାଁଓ ସନ୍ଧି କରି ରାହାଙ୍ଗ, ଚବିଶକୁଦ, ସେରାଇ ଓ ଲେମ୍ବାଇ ପ୍ରଗଣାର ଅଧୁକାର ପାଇଲେ । ଏହି ଚାରି ପ୍ରଗଣା ପୂର୍ବରୁ ଖୋର୍ଦ୍ଧାରେ ଥିଲା ।

ମାତ୍ର ମରାଠାମାନେ ଏକ ଯୁଦ୍ଧରେ ଖୋର୍ଦ୍ଧାକୁ ସାହାଯ୍ୟ କରିବା ପ୍ରତିବଦଳରେ ଏହାକୁ ନିଜ ଅଧୀନକୁ ନେଇଥିଲେ । କର୍ଣ୍ଣେଲ୍ ହାରକୋର୍ଟ ଖୋର୍ଦ୍ଧା ରାଜାଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଲେ ଯେ ଖୋର୍ଦ୍ଧା ଦେଇ ଇଂରେଜମାନଙ୍କ ସୈନ୍ୟ ଯିବା ପାଇଁ ଓ ବାଣିଜ୍ୟ ପଥ ପାଇଁ ଅନୁମତି ଦେଲେ ସେମାନେ ଏହି ଚାରି ପ୍ରଗଣା ଖୋଦ୍ଧାକୁ ଫେରାଇ ଦେବା ସହିତ ଏକ ଲକ୍ଷ ଟଙ୍କା ଓ ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବ ଦେବେ । ଖୋର୍ଦ୍ଧାର ହିତ ପାଇଁ ଜୟୀ ରାଜଗୁରୁ ଏହି ପ୍ରସ୍ତାବରେ ରାଜି ହେଲେ । ଇଂରେଜମାନେ ପ୍ରଥମ ପଦକ୍ଷେପ ସ୍ୱରୂପ ୧୦,୦୦୦ ଟଙ୍କା ଦେଲେ, ମାତ୍ର ଚାରି ପ୍ରଗଣା ଫେରାଇବାକୁ ମନା କଲେ ଏବଂ ଗୋଟିଏ ନୂଆ ରାଜିନାମାରେ ଦସ୍ତଖତ କରିବାକୁ । କହିଲେ, ଯେଉଁଥିରେ ରାଜ୍ୟର ଶାସନ ଉପରେ ଇଂରେଜମାନଙ୍କ କର୍ତ୍ତୁତ୍ଵ ରହିବାର ବ୍ୟବସ୍ଥା ଥିଲା । ଜୟୀ ରାଜଗୁରୁଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା ସଫଳ ହେଲାନାହିଁ । ଏଣୁ ସେ ଇଂରେଜମାନଙ୍କ କୋପ ଦୃଷ୍ଟିରେ ପଡ଼ିଲେ ଏବଂ ତାଙ୍କୁ ଖୋର୍ଦ୍ଧା ଦରବାରରୁ ବାହାର କରିବା ପାଇଁ ଇଂରେଜମାନେ ଚକ୍ରାନ୍ତ କଲେ । ସେମାନେ ରାଜାଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ଯାଚି ରାଜଗୁରୁଙ୍କୁ ବାହାର କରିବା ପାଇଁ ଚେଷ୍ଟା କଲେ, ମାତ୍ର ଏଥିରେ ସଫଳ ହେଲେ ନାହିଁ । ଇତି ମଧ୍ୟରେ ଜୟୀ ରାଜଗୁରୁ ଦୁଇ ହଜାର ସୈନିକ । ନେଇ ଇଂରେଜମାନଙ୍କଠାରୁ ଅବଶିଷ୍ଟ ଅର୍ଥ ଆଣିବା ପାଇଁ । କଟକ ଗଲେ । ସେ ସେମାନଙ୍କଠାରୁ ୪୦,୦୦୦ ଟଙ୍କା ପାଇଲେ ଏବଂ ଏହାକୁ ସୈନିକମାନଙ୍କର ବକେୟା ଦରମା । ବାବଦକୁ ଦେଲେ । କିନ୍ତୁ ଚାରି ପ୍ରଗଣା ଆଣିବା ପାଇଁ ସେ । ବ୍ୟର୍ଥ ହେଲେ । ଏଥିରେ କ୍ଷୁବ୍ଧ ହୋଇ ସେ ବ୍ରିଟିଶ ବିରୁଦ୍ଧରେ । ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ଅଧୁକ ସୈନିକ ନିଯୁକ୍ତି ଦେଇ । ସେମାନଙ୍କୁ ପ୍ରଶିକ୍ଷଣ ଦେଲେ । ସେ ନାଗପୁର ଭୋନ୍ସଲେ । ରାଜାଙ୍କୁ ସାହାଯ୍ୟ ମାଗିଲେ ଏବଂ ତାଙ୍କଠାରୁ ସାହାଯ୍ୟର । ପ୍ରତିଶ୍ରୁତି ପାଇଲେ । । ଜୟୀ ରାଜଗୁରୁ ନିଜ ରାଜ୍ୟର ପ୍ରଗଣାଗୁଡ଼ିକୁ ଫେରି । ପାଇବା ପାଇଁ ଇଂରେଜମାନଙ୍କ ସହ ଯୁଦ୍ଧ କଲେ । କନିକା | ଓ କୁଜଙ୍ଗ ରାଜା ଖୋର୍ଦ୍ଧା ରାଜାଙ୍କୁ ସମର୍ଥନ ଦେଲେ । । ବିଶେନପୁର, ହରିଶପୁର ଓ ମରିଚପୁର ଜମିଦାର ମଧ୍ୟ । ଯୁଦ୍ଧରେ ଖୋର୍ଦ୍ଧା ସପକ୍ଷରେ ଲଢ଼ିଲେ ।

ଜୟୀ ରାଜଗୁରୁ ପାଇକମାନଙ୍କୁ ନେଇ ବ୍ରିଟିଶ ଅଞ୍ଚଳ ପିପିଲି ଉପରେ ଆକ୍ରମଣ କରି ଏହାକୁ ଅକାର କରି ନେଲେ । ଏହାପରେ କର୍ଣ୍ଣେଲ୍ ହାରକୋର୍ଟ ଅଧୁକ ସୈନିକ ନେଇ ପାଇକମାନଙ୍କୁ ପରାସ୍ତ କଲେ । ଏହିପରି ୧୮୦୪ ମସିହା ନଭେମ୍ବର ମାସରେ ଖୋର୍ଦ୍ଧା ରାଜ୍ୟ ଇଂରେଜମାନଙ୍କଠାରୁ । ପରାସ୍ତ ହେଲା ଏବଂ ଖୋର୍ଦ୍ଧାକୁ ବ୍ରିଟିଶ ଅଞ୍ଚଳରେ ମିଶାଇ ଦିଆଗଲା। କେତେଜଣଙ୍କ ବିଶ୍ବାସଘାତକତା ଯୋଗୁଁ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ରଣପୁର ଜଙ୍ଗଲରୁ । ଧରିଲେ ଏବଂ ତାଙ୍କୁ ନେଇ କଟକରେ ବନ୍ଦୀ କରି ରଖିଲେ । । ବନ୍ଦୀ ହେବା ପୂର୍ବରୁ ଜୟୀ ରାଜଗୁରୁ କୌଶଳରେ । ରାଜା ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧାରୁ ନେଇଯାଇ ପୁରୀର । ଗଙ୍ଗାମାତା ମଠରେ ନିରାପଦରେ ଲୁଚାଇ ରଖିଥିଲେ । ଦୁର୍ଭାଗ୍ୟବଶତଃ ରାଜା ଭୟଭୀତ ହୋଇ ବାଣପୁରର ପୌଜଦାର ଫତେ ମହମ୍ମଦଙ୍କୁ ନିଜର ନିରାପତ୍ତା ପାଇଁ ଯୋଗାଯୋଗ କଲେ । କିନ୍ତୁ ଫତେ ମହମ୍ମଦ ବିଶ୍ୱାସ ଘାତକତା କରି ଇଂରେଜମାନଙ୍କୁ ତାଙ୍କ ସୂଚନା ଦେଇଦେଲେ । ଫଳରେ ଇଂରେଜମାନେ ୧୮୦୫ ମସିହା ଜାନୁଆରୀ ୩ ତାରିଖରେ ରାଜାଙ୍କୁ ବନ୍ଦୀକରି କଟକର ବାରବାଟୀ ଦୁର୍ଗରେ ରଖିଲେ । ଖୋର୍ଦ୍ଧା ପତନ ସହ ଇଂରେଜମାନେ ସମଗ୍ର ଓଡ଼ିଶା ଅଧ୍ବକାର କଲେ ।

ଏହାପରେ ରାଜା ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କୁ ମିଦିନାପୁର ଜେଲ୍କୁ ସ୍ଥାନାନ୍ତର କରାଗଲା । ସେଠାରୁ ରାଜା ବ୍ରିଟିଶ ଗଭର୍ଣ୍ଣର ଜେନେରାଙ୍କୁ ଗୋଟିଏ ଦରଖାସ୍ତ ଲେଖି ଜଣାଇଲେ ଯେ, "ରାଜଗୁରୁଙ୍କ ତତ୍ବାବଧାନରେ ରାଜ୍ୟ ଶାସନ ଚାଲୁଥିଲା ଏବଂ ତାଙ୍କର କିଛି କ୍ଷମତା ନ ଥିଲା । ତାଙ୍କୁ ଖୋର୍ଦ୍ଧାରେ ଏକ ପ୍ରକାର ଆବଦ୍ଧ କରି ରଖାଯାଇଥିଲା ଏବଂ ବ୍ରିଟିଶ ବି ରୁଦ୍ଧରେ ରାଜଗୁରୁ ପାଇକମାନଙ୍କୁ ଉସୁକାଉଥିଲେ । ଏହାପରେ ବ୍ରିଟିଶ ସରକାର ମୁକୁନ୍ଦଦେବଙ୍କୁ ଜେଲ୍ରୁ ମୁକ୍ତ କରିଦେଲେ । କିନ୍ତୁ ତାଙ୍କୁ ଖୋଦ୍ଧା ଯିବାକୁ ଦିଆଗଲା ନାହିଁ । ତାଙ୍କୁ ପୁରୀରେ ରଖାଗଲା । ସେଠାରେ ତାଙ୍କ ପାଇଁ ଗୋଟିଏ ରାଜପ୍ରାସାଦ ନିର୍ମିତ ହେଲା । ତାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ପେନ୍ସନ୍ ଦିଆଗଲା ଏବଂ ଜଗନ୍ନାଥ ମନ୍ଦିରର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଗଲା । ଏହାପରେ ତାଙ୍କୁ ଖୋର୍ଦ୍ଧା ରାଜା ବଦଳରେ ପୁରୀ ରାଜା କୁହାଗଲା । ଜୟୀ ରାଜଗୁରୁ ବନ୍ଦୀ ହେବାପରେ ପାଇକ ବିଦ୍ରୋହ ବନ୍ଦ ହୋଇଗଲା । ପାଇକମାନେ ଆତ୍ମସମର୍ପଣ କଲେ । ଖୋର୍ଦ୍ଧାରୁ ସାହାଯ୍ୟ କରିଥିବା କନିକା ରାଜା ବଳଭଦ୍ର ଭଞ୍ଜଙ୍କୁ ବନ୍ଦୀ କରି ମିଦିନାପୁର ଜେଲ୍ରେ ରଖାଗଲା ଏବଂ କୁଜଙ୍ଗ ରାଜା ଚନ୍ଦ୍ରଧ୍ବଜ ଷେଣ୍ଟଙ୍କୁ ଗାଦିଚ୍ୟୁତ କରି ତାଙ୍କ ବଡ଼ ଭାଇ ମଧୁସୂଦନ ଷେଣ୍ଟଙ୍କୁ ନୂଆ ରାଜା କରାଗଲା । ମିଦିନାପୁରରେ ଜୟୀ ରାଜଗୁରୁଙ୍କ ବିଚାର ଚାଲିଲା ।

ସେ କଚେରୀରେ ସ୍ଵୀକାର କଲେ ଯେ ରାଜା ଜଣେ ବାଳକ ଥିବାରୁ ସେ ରାଜ୍ୟ ଶାସନ ପରିଚାଳନା କରୁଥିଲେ ଏବଂ । ଯାହାସବୁ ଘଟି ଯାଇଛି, ତାହା ତାଙ୍କ ନିର୍ଦ୍ଦେଶରେ ହୋଇଛି । ପୁନଶ୍ଚ ସେ ସାହସ ଓ ଦୃଢ଼ତାର ସହ କହିଲେ ଯେ ଖୋର୍ଦ୍ଧା । ମୋଗଲ, ମରାଠା କିମ୍ବା ଇଂରେଜମାନଙ୍କ ନୁହେଁ, ଏହା । ହେଉଛି ସେମାନଙ୍କର ଏବଂ ଏହାର ସ୍ଵାଧୀନତା ଓ ଅଖଣ୍ଡତା । ରକ୍ଷା କରିବା ପାଇଁ ବିଦ୍ରୋହ କରିବା ହେଉଛି ତାଙ୍କର । ନୈତିକ କର୍ତ୍ତବ୍ୟ । ସେ ନିର୍ଭୟରେ କହିଲେ ଯେ । ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେ ଅନୁତପ୍ତ । ନୁହନ୍ତି କିମ୍ବା ନିଜକୁ ଦୋଷୀ ମନେକରୁ ନାହାନ୍ତି ବରଂ ଦେଶମାତୃକା ପାଇଁ ସଂଗ୍ରାମ କରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ଏଥିରେ ବିଚାର ହୋଇ ତାଙ୍କୁ ୧୮୦୬ ମସିହା ଡିସେମ୍ବର ମାସ ୬ ତାରିଖରେ ମିଦିନାପୁରର ବାଘିତୋଟାରେ ଫାଶୀ ଦିଆଗଲା । ମାତୃଭୂମି ପାଇଁ ନିଜ ଜୀବନ ବଳି ଦେଇ ସେ ଅମର ଶହୀଦ ହୋଇଗଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+