ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି କମିଲା ସୁନା ରୂପା ଦର
ଗତକାଲି ଦର ବୃଦ୍ଧି ହେବା ପରେ ଆଜି ପୁଣି କମିଛି ସୁନା ଓ ରୂପା ଦର । ଆଜି ସକାଳେ ସେୟାର ମାର୍କେଟ ଖୋଲିବା ମାତ୍ରେ ୨୪କ୍ୟାରେଟ ସୁନାର ମୂଲ୍ୟ ୫ହଜାର ହ୍ରାସ ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍ ସୁନାର ଦାମ୍ ୧ଲକ୍ଷ ୫୪ହଜାର ୫୭୦ ହୋଇଛି । ଗତକାଲି ଏହା ୧ଲକ୍ଷ ୫୯ହଜାର ୫୯୦ ରହିଥିଲା ।

ସେହିପରି ୨୨କ୍ୟାରେଟ ସୁନା ୪ହଜାର ୬୦୦ କମିଛି । ୧୦ଗ୍ରାମ୍ ପିଛା ୨୨କ୍ୟାରେଟ୍ ସୁନାର ଦାମ୍ ୧ଲକ୍ଷ ୪୧ହଜାର ୭୦୦ ହୋଇଛି । ଗତକାଲି ଏହା ୧ଲକ୍ଷ ୪୬ହଜାର ୩୦୦ ହୋଇଥିଲା ।
ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ପୁଣି ୨୦ହଜାର କମିଲା ରୂପା ଦର । ୧କିଲୋଗ୍ରାମ ରୂପାର ଦାମ୍ ୨୦ହଜାର ଟଙ୍କା ହ୍ରାସ ପାଇ ୩ଲକ୍ଷରେ ପହଞ୍ଚିଛି । ତେବେ ଗତକାଲି ରୂପା ଦର ବୃଦ୍ଧି ପାଇଥିଲା, ୩ଲକ୍ଷ ୨୦ହଜାର ଟଙ୍କା ରହିଥିଲା ରୂପା ଦର । ତେବେ ଆଜି ସୁନା ଓ ରୂପା ଦର କମିବା ପରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି ।
More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications