ପୁଣି ଥରେ ଖସିଲା ସୁନା, ରୁପା ଦର; ମିଳିଲା ବଡ ଆଶ୍ୱସ୍ତି
ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି । ଲଗାତାର କମିବାରେ ଲାଗିଛି ସୁନା ଦର । ଆଜି ମାର୍କେଟ ଖୋଲିବା ମାତ୍ରେ ସୁନା ଦର ପୁଣି ହ୍ରାସ ପାଇଛି । ୨୪କ୍ୟାରେଟ୍ ସୁନା ୧୪୨୦ଟଙ୍କା ହ୍ରାସ,୧୦ଗ୍ରାମ ପିଛା ୧,୫୧,୯୦୦ ହୋଇଛି । ଗତକାଲି ୨୪କ୍ୟାରେଟର ଦାମ ୧ଲକ୍ଷ ୫୩ହଜାର ୩୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୦ହଜାର ୫୫୦ ଟଙ୍କା ରହିଥିଲା ।

ଅନ୍ୟପଟେ ରୂପା କିଲୋ ମଧ୍ୟ ହ୍ରାସ ପାଇଛି । ଆଜି ୨୦ହଜାର କମିଛି ରୂପା ଦର । ରୂପା କିଲୋଗ୍ରାମ୍ ପିଛା ୨୦ହଜାର କମିବା ପରେ ଏହା ୨ଲକ୍ଷ ୮୦ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ୩ଲକ୍ଷ ରହିଥିଲା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ କରିବା ପରେ ସେୟାର ବଜାରରେ ଏହାର ପ୍ରଭାବ ପରିଲିକ୍ଷିତ ହୋଇଛି । ଆଜି ସେୟାର ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ୨୫୦୦ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ୮୪ହଜାରରେ କାରବାର ଚାଲିଛି । ନିଫ୍ଟି ୭୦୦ପଏଣ୍ଟ ବୃଦ୍ଧି ପାଇଥିବା ସୂଚନା ମିଳିଛି । ରିଅଲ୍ଟି ଅଟୋ ଏବଂ ଆଇଟି ଷ୍ଟକରେ ସର୍ବାଧିକ କିଣାବିକା ହେଉଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications