Get Updates
Get notified of breaking news, exclusive insights, and must-see stories!

ମହାପ୍ରଭୁଙ୍କ ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ, ୬ରୁ ୧୦ଟା ଯାଏଁ

ବୁଧବାର ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତ ଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ନିଷ୍ପତି ନିଆଯାଇଛି । ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।

Mahaprabhu

ବୁଧବାର ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ଵାର ଠାରେ ଗଜପତି ମହାରାଜ ସ୍ଵାଗତ କରିବାର ରହିଛି। ତାହା ସହ ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ସକାଳ ୮ଟା ୨୦ ମିନିଟ୍ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରି ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+