ଆଜିଠୁ ଆରମ୍ଭ ବ୍ରହ୍ମପୁରର ମା'ବୁଢୀ ଠାକୁରାଣୀ ଯାତ୍ରା
ବ୍ରହ୍ମପୁର: ଆରମ୍ଭ ହେଲା ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ଚଳଚଞ୍ଚଳ ବ୍ରହ୍ମପୁର ସହର । ବିଳମ୍ବିତ ରାତିରେ ବ୍ରହ୍ମପୁରର ଅଧିଷ୍ଠାତୀ ଦେବୀ ମା'ବୁଢୀ ଠାକୁରାଣୀଙ୍କ ଘଟ ଆସିବ । ଶାଶୂଘରୁ ଆଜି ବାପଘରକୁ ଆସିବେ ମାଆ । ମାଆ ଆଜିଠୁ ପ୍ରାୟ ୩୦ ଦିନ ଯାଏଁ ବାପ ଘରେ ରହିବା ପରେ ପୁଣି ଶାଶୂଘର ଫେରିଯିବାର ପରମ୍ପରା ରହିଛି ।

ମା'ଙ୍କ ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାଆ ବାପ ଘରେ ପ୍ରାୟ ଏକ ମାସ ରହିବେ । ଆଜିଠୁ ମା'ବୁଢୀଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତି ଦୁଇ ବର୍ଷରେ ଥରେ ରେଶମ ସହରରେ ମା'ବୁଢୀଠାକୁରାଣୀଙ୍କ ଯାତ୍ରା ହୋଇଥାଏ ।
ମାଆଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ଏହି ତାରିଖ ଚୁଡାନ୍ତ କରାଯାଇଥାଏ । ତେବେ ଏଥର ଯାତ୍ରା ଏପ୍ରିଲ୍ ୪ରୁ ଆରମ୍ଭ ହୋଇ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ପୂଜକଙ୍କ ପକ୍ଷରପ ଘୋଷଣା କରାଯାଇଛି । ଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବକୁ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications