ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଉଡ଼ିଛି ଡ୍ରୋନ୍, ଆଇନ ମନ୍ତ୍ରୀ
ବଡ଼ଦେଉଳକୁ ଅମାନିଆ ଚିନ୍ତା। ବିଧାନସଭାରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ। ଅମାନିଆଙ୍କ ଡ୍ରୋନ୍ ଉଡାଇବାକୁ ନେଇ ଗୃହରେ ଉଦବେଗ। ୨୦୨୪ ଜୁନ୍ ରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ଉପରେ ୧୦ ଥର ଉଡିଛି ଡ୍ରୋନ୍। ଏନେଇ ୧୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୨ଟି ମାମଲାରେ ଫାଇନାଲ୍ ଫର୍ମ ପ୍ରଦାନ କରାଯାଇଛି। ବାକି ୮ଟି ମାମଲାର ତଦନ୍ତ ଜାରି ରହିଛି।

ସେହିପରି ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ ଧରି ପ୍ରବେଶ କରିଛନ୍ତି। ଯେଉଁଥି ପାଇଁ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଘଟଣାରେ ସିଂହଦ୍ଵାର ଥାନାରେ ୯ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୭ ଟିର ଫଇସଲା ହୋଇଛି ଓ ୨ ଟି ମାମଲାର ତଦନ୍ତ ଚାଲିଛି। ଶ୍ରୀମନ୍ଦିର ଭିତରେ/ପରିସରରେ ବେଆଇନ ଭାବେ ଫଟୋ/ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ୮ ଥର ପ୍ରସାରଣ କରିଥିବାର ନଜରକୁ ଆସିଥିବାରୁ ସିଂହଦ୍ବାର ଥାନାରେ ୮ଟି ମାମଲା ରୁଜୁ କରାଯାଇଛି। ସେଥି ମଧ୍ୟରୁ ୫ଟି ମାମଲାର ତଦନ୍ତ ସରିଛି ଓ ୩ଟି ମାମଲା ବିଚାରାଧୀନ ଅଛି। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications