ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ?
ସରିଲା ଭୋଟ୍ ଗଣତି । କ୍ରସ୍ ଭୋଟିଂ ବାଜି ପଲଟାଇଦେଲା । ବାଜିମାତ୍ କଲେ ଦିଲ୍ଲୀପ ରାୟ । ହାରିଲେ ଦତ୍ତେଶ୍ବର ହୋତା । ସଂତୃପ୍ତଙ୍କୁ ୩୧ ଟି ଭୋଟ୍ ମିଳିଥିବାବେଳେ ଦିଲ୍ଲୀପ ରାୟଙ୍କୁ ୩୪ ଟି ଭୋଟ୍ ମିଳିଛି । ସେହିପରି ଦତ୍ତ୍ୱେଶ୍ୱରଙ୍କୁ ୨୩ ଟି ଭୋଟ ମିଳିଥିବାଳେ ସୁଜିତଙ୍କୁ ୨୯ ଟି ଭୋଟ୍ ମିଳିଛି ।

ରାଜ୍ୟସଭା ନିର୍ବାଚନରେ ମୋଡ ବଦଳାଇଦେଲା କ୍ରସ୍ ଭୋଟିଂ । ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା । କ୍ରସ୍ ଭୋଟିଂକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଷିଥିଲେ। ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍ରେ ରହିଛନ୍ତି । ବିଜେପି ଘୋଡ଼ା ବେପାର କରୁଛି ବୋଲି ପୂର୍ବରୁ କହିଆସୁଥିଲି ବୋଲି କହିଥିଲେ ନବୀନ ।












Click it and Unblock the Notifications