କୋଇଲା ଖଣି ଦୁର୍ନୀତି ମାମଲା;ସମ୍ବଲପୁରରେ ଦିଲ୍ଲୀ ସିବିଆଇ ଟିମ୍ର ତନାଘନା
ତଲାବିରା କୋଇଲା ଖଣି ଦୁର୍ନୀତି ନେଇ ପୁଣି ଘାଣ୍ଟିବ ସିବିଆଇ। ଆଜି ନୂଆଦିଲ୍ଲୀରୁ ସିବିଆଇର ଏକ ଟିମ୍ ସମ୍ବଲପୁର ପହଞ୍ଚିବା ପରେ ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀମାନଙ୍କୁ କରାଯିବ ଜେରା । କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଫେବ୍ରୁଆରି ୧୯୯୪ ମସିହାରେ ଇଣ୍ଡଲ ତଥା ବର୍ତ୍ତମାନର ହିଣ୍ଡାଲ୍ ଇଣ୍ଡଷ୍ଟ୍ରିକୁ ତଲାବିରା-୧ କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ଯେତିକି କୋଇଲା ଖନନ ପାଇଁ ଅନୁମତି ମିଳିଥିଲା, ହିଣ୍ଡାଲ୍ ତାଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆବଶ୍ୟକ ଅନୁମତି ବିନା କମ୍ପାନି କୋଇଲା ଖନନ କରିଥିଲା। ପୂର୍ବରୁ ତଲାବିରା କୋଇଲା ଦୁର୍ନୀତି ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରିଦିଆଯାଇଥିଲା। ତେବେ, ୨୦୧୪ ମସିହାରେ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଣି ସିବିଆଇ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଥିଲା । ଏଥିରେ କେତେକ ଅଜ୍ଞାତ ସରକାରୀ ଅଧିକାରୀ ଓ ହିଣ୍ଡାଲ୍କୋ ଇଣ୍ଡିଷ୍ଟ୍ରିକୁ ପକ୍ଷଭୁକ୍ତ କରାଯାଇଥିଲା । ସେହି ସମୟରେ ମୁମ୍ବାଇ ସମେତ ସମ୍ବଲପୁର ଜିଲ୍ଲାର ୪ଟି ଜାଗାରେ ସିବିଆଇ ଚଢ଼ଉ କରିଥିଲା। ୨୦୨୨ ମସିହାରେ ପୁଣି ସିବିଆଇ ପକ୍ଷରୁ ତନଘନା କରାଯାଇଥିଲା । ଆଜି ପୁଣି ଥରେ ସିବିଆଇ ପକ୍ଷରୁ ଜେରା କରାଯିବ। ଇନ୍ସ୍ପେକ୍ଟର ରବିରାଜ ଖଟିକଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ବଲପୁର ପହଞ୍ଚି ପଞ୍ଚାୟତ କାର୍ୟ୍ୟାଳୟରେ ଖିଣ୍ଡା ଓ ବାବୁଖିଣ୍ଡା ଗାଁର ୧୯ ଜଣ ଲୋକଙ୍କ ସମେତ ଖିଣ୍ଡାର ହେମନ୍ତ ରାଉତ ଓ ତଲାବିରାର ପଦ୍ମ ଧୋଜଙ୍କୁ ସ୍ବତନ୍ତ୍ର ଭାବେ ପଚରାଉଚରା କରିବ ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications