Get Updates
Get notified of breaking news, exclusive insights, and must-see stories!

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକରେ ୧୬ ପ୍ରସ୍ତାବକୁ ଅନୁମୋଦନ। ଶନିବାର ସନ୍ଧ୍ୟାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ଶିକ୍ଷାନୁଷ୍ଠାନରେ SC/ST, SEBC ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ନୀତିର ସଂଶୋଧନ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଭଳି ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

mohan majhi

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନକାର୍ଡ ହିତାଧିକାରୀଙ୍କୁ ମୁଣ୍ଡପିଛା ଆଉ ୫ କେଜି ଚାଉଳ ଦେବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସେହିଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନା ଆରମ୍ଭ କରାଯିବା । ଏହା ଦ୍ବାରା ବୁଣାକାରମାନେ ଉପକୃତ ହେବେ। ଯୋଜନାରେ ୫ ବର୍ଷ ପାଇଁ ୯୦ କୋଟି ଟଙ୍କା ଅଟକଳ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜ୍ୟ ସରକାରଙ୍କ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ ଭି ସିଂ ଦେଓଙ୍କ ସମେତ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ପ୍ରମୁଖ ସାମିଲ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+