୪ ଜିଲ୍ଲା ପାଇଁ ଚାରି ନେତାଙ୍କୁ ନୂଆ ଦାୟିତ୍ବ
ଚାରି ସାଙ୍ଗଠନିକ ଜିଲ୍ଲାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରି ଜଣ ନେତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି । ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ । ପୂର୍ବରୁ ଜଗନ୍ନାଥ ସ୍ବାଇଁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ ।
ତିନିଥରର ବିଧାୟକ ବ୍ୟୋମକେଶ ରାୟ । ଗତ ୨୦୨୪ ସାଧାରଣ ନିର୍ବାଚନରେ ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନିର୍ବାଚନରେ ପରାସ୍ତ କରିଥିଲେ । ପୂର୍ବରୁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ମିଳିଥିଲା । କିନ୍ତୁ ଏବେ ସେ ଜେଲରେ ଅଛନ୍ତି ।

କିନ୍ତୁ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ କାର୍ଯ୍ୟକାରୀ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଭଗବାନ ଗନ୍ତାୟତ । ରାୟଗଡାରେ ପି ଗୌରୀଶଙ୍କରଙ୍କୁ କାର୍ଯ୍ୟକାରୀ ସଭାପତି ଓ ରାଇସେନ ମୁର୍ମୁଙ୍କୁ ମୟୂରଭଞ୍ଜ -୨ ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ସୁପ୍ରିମୋ ନିଯୁକ୍ତି ଦେଇଛନ୍ତି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼







Click it and Unblock the Notifications