Get Updates
Get notified of breaking news, exclusive insights, and must-see stories!

Bali Yatra 2024: ବାଲିଯାତ୍ରାରେ ଯୋଗ ଦେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ

ଚଳିତବର୍ଷ ବାଲିଯାତ୍ରାରେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବେ। କୌଣସି କାର୍ଯ୍ୟକ୍ରମରେ ଏକ ସଙ୍ଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବା ପ୍ରଥମ । ଉଦଘାଟନୀ ସଂଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ । ଅତିଥିମାନେ ସିଲଭର ସିଟି ବୋଟ କ୍ଲବଠାରେ ପହଞ୍ଚିବେ । ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡଗଡିଆ ଘାଟ ପର୍ଯ୍ୟନ୍ତ ଯିବେ।

Bali Yatra 2024

ସେଠାରୁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ୍ ପରିଦର୍ଶନ କରିବେ ଏବଂ କଟକ ଇନ୍ କଟକ ବୁଲିବେ । ପରେ ପରେ ଓରମାସ ଯାଇ ସେଠାରେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହା ପରେ ଗଣକବି ବୈଷ୍ଣବ ପାଣି ମଞ୍ଚର ଉଦଘାଟନୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସମସ୍ତ ଗମନାଗମନ ଓ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଅତିଥିମାନଙ୍କୁ ବାଲିଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ମଧ୍ୟ କରାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+