ବିଜେଡିକୁ ଅରବିନ୍ଦ ମହାପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଅଭିଯୋଗ ଯଦି ଅଛି ପ୍ରମାଣ ଦିଅ
ବିଜେଡିରୁ ନିଲମ୍ବନ ପରେ ବଡ଼ ବୟାନ ଦେଲେ ଅରବିନ୍ଦ ମହାପାତ୍ର। ଅରବିନ୍ଦ କହିଛନ୍ତି, ମୁଁ ଦଳ ବିରୋଧୀ କାର୍ଯ୍ୟ କରିନାହିଁ କି ବିଶ୍ୱାସ ଘାତକତା କରିନାହିଁ। ଦଳ ଏପରି ନିଷ୍ପତ୍ତି କାହିଁକି ନେଲା ତାହା ମୁଁ ଜାଣିନାହିଁ। ତାହା ଦଳ କହିବା ଠିକ୍ ହେବ। ମୁଁ କ'ଣ ଭୁଲ୍ କରିଛି ତାକୁ ସାବ୍ୟସ୍ତ କରନ୍ତୁ। ବିଧାନସଭା ବାହାରେ ହେଉ କି ବିଧାନସଭା ଭିତରେ ହେଉ ମୁଁ ମୋ କର୍ତ୍ତବ୍ୟ ଠିକ୍ ଭାବେ ତୁଲାଇଛି। ଦେଢ ବର୍ଷ ବିଧାୟକରେ ଦୁର୍ନୀତିର ଛିଟା ଲାଗିନି। ଦୁର୍ନୀତିକୁ ବିରୋଧ କରିଛି।

ଅରବିନ୍ଦ ଆହୁରି କହିଛନ୍ତି, ପାଟକୁରାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛି ୨୦୨୯ ପର୍ଯ୍ୟନ୍ତ ବିଧାୟକ ଭାବେ ଦାୟିତ୍ୱ ତୁଲାଇବି। ମୁଁ ଏହି ଘଟଣାକୁ ନେଇ କୌଣସି ବ୍ୟସ୍ତ ବିବ୍ରତ ନୁହେଁ। ଏହା ଦଳୀୟ ଘଟଣା। ବର୍ତ୍ତମାନ ବି ମୁଁ ପାଟକୁରା ବିଧାୟକ। ସମସ୍ତଙ୍କ ସହ ଯୋଡି ହୋଇ ରହିଛି।
More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications