୯୭ ହଜାର ଟପିଲା ସୁନା ଦର, ଖୁବ୍ ଶୀଘ୍ର ଛୁଇଁବ ୧ ଲକ୍ଷ !
Gold Rate: ଆଗକୁ ରହିଛି ଅକ୍ଷୟ ତୃତୀୟ ଏହା ପୂର୍ବରୁ ବଢିବାରେ ଲାଗିଛି ସୁନା ଦର । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ଏବଂ ଘରୋଇ ବଜାର ଉଭୟରେ ସୁନାର ମୂଲ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଆମେରିକା ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥାର ଭୟ ଯୋଗୁଁ ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ଭାରତରେ ସୁନାର ମୂଲ୍ୟ 1.10 ଲକ୍ଷ ଟଙ୍କାରେ ପହଞ୍ଚିପାରେ।

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 96,320 ଟଙ୍କା ରହିଛି ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପ୍ରାୟ 88,300 ଟଙ୍କା।
ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 96,170 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 88,150 ଟଙ୍କା।
କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 88,150 ଟଙ୍କା ରହିଛି 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 96,170 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପାଇଁ 88,300 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 96,360 ଟଙ୍କା।
ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 88,200 ଟଙ୍କା। 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 96,220 ଟଙ୍କା ରହିଛି ।
ଲକ୍ଷ୍ନୌରେ 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 88,300 ଟଙ୍କା। 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 96,320 ଟଙ୍କା ରହିଛି ।












Click it and Unblock the Notifications