ବିଶ୍ବ ଋତୁଶ୍ରାବ ସ୍ବଚ୍ଛତା ଦିବସ: କପଡା ନୁହେଁ ସାନିଟାରୀ ନାପକିନର କରନ୍ତୁ ବ୍ୟବହାର
ପ୍ରତିବର୍ଷ ପରି ଆଜି ତଥା ମେ 28 ତାରିଖକୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ ହେଉଛି । ଋତୁସ୍ରାବ ଏକ ପ୍ରାକୃତିକ ପର୍ଯ୍ୟାୟ ହୋଇଥିବା ବେଳେ ଏ ସମ୍ପର୍କରେ ମହିଳାଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୁଏ । ଋତୁସ୍ରାବ ହେଉଛି
ନୂଆଦିଲ୍ଲୀ: ଦୁନିଆର ସମସ୍ତ ମହିଳା ମାସିକ ଋତୁସ୍ରାବ ଦେଇ ଗତି କରନ୍ତି । କିନ୍ତୁ ଋତୁଶ୍ରାବ ନାଁଟି ଶୁଣିଲା ମାତ୍ରେ ସାଧାରଣତଃ ନାରୀ ଟିଏ ଲାଜ କରିଥାଏ । ଦୋକାନରେ ସାନିଟାରୀ ନାପକିନ ମାଗିବା ପାଇଁ ମଧ୍ୟ ଲାଜ କରିଥାନ୍ତି ମହିଳା । ଏଥିସହ ଅନେକ ମହିଳା ନିଜର ଋତୁଶ୍ରାବ ଜନିତ ପୀଡାକୁ ମଧ୍ୟ ଲୁଚାଇ ରଖିଥାଏ । ଗାଁ ହେଉ ବା ସହର ଏହି ସମୟରେ ମହିଳାଙ୍କୁ ଏହି ସମୟରେ ପାଖାପାଖି 7 ଦିନ ପର୍ଯ୍ୟନ୍ତ ଏକାକୀ ରହିବାକୁ କୁହାଯିବା ସହ କେହି ଛୁଇଁ ନଥାନ୍ତି । ଏଭଳି ବ୍ୟବହାର ମାନସିକ ସ୍ତରରେ ନାରୀଙ୍କୁ ଆହୁରି ଦୁର୍ବଳ କରାଇ ଦିଆଯାଉଛି । ନିଜର ପୀଡାକୁ ନାରୀ ଟିଏ ମନ ଖୋଲି କହି ପାରୁନାହିଁ। ଯାହା ଦ୍ବାରା ମାନସିକ ସ୍ତରରେ ଦୁର୍ବଳ ହେବା ସହ ଶାରୀରିକ ସ୍ତରରେ ଯତ୍ନ ନେବାରେ ସଫଳ ହୋଇ ପାରନ୍ତି ନାହିଁ । ଏହି ମାସିକ ଋତୁସ୍ରାବ ସମୟରେ ଆମକୁ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ । ଏଥିପାଇଁ ଆମେ ସର୍ବଦା ତତ୍ପର ହେବାର ଆବଶ୍ୟକତା ରହିଛି । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମେ 28ରେ ବିଶ୍ବ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ ।

ଏହି ଦିବସଟି ପ୍ରଥମେ ଜର୍ମାନର ଏକ ଏନଜିଓ ସଂସ୍ଥା ୱାସ ୟୁନାଇଟେଡ ଦ୍ବାରା ଆରମ୍ଭ ହୋଇଥିଲା । ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଲାଗି ମହିଳାମାନଙ୍କ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା । ଅଧିକାଂଶ ମହିଳାଙ୍କ 5 ଦିନ ପର୍ଯ୍ୟନ୍ତ ଋତୁସ୍ରାବ ହୋଇଥାଏ । ତେବେ ମେ ବର୍ଷର 5ତମ ମାସ ହୋଇଥିବାରୁ ଏହି ମାସରେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୟୁକେର ଜାତୀୟ ସ୍ବାସ୍ଥ୍ୟ ସେବା ବିଭାଗର କହିବାନୁସାରେ ପ୍ରତ୍ୟେକ ମହିଳାଙ୍କୁ 5 ଦିନ ଋତୁସ୍ରାବ ହୋଇନଥାଏ । ଏହା ପ୍ରତ୍ୟେକ ମହିଳା ଶରୀରରେ ଭିନ୍ନ ହୋଇଥାଏ । ମାତ୍ର ଶରୀରରେ ଋତୁସ୍ରାବ ପ୍ରକ୍ରିୟା 21ରୁ 40 ଦିନ ରହିଥାଏ।
ଚଳିତ ବର୍ଷ ମାସିକ ଋତୁସ୍ରାବ ଦିବସର ବିଷୟବସ୍ତୁ '2030 ସୁଦ୍ଧା ଜୀବନର ଏକ ସାଧାରଣ ସତ'(Normal fact of life by 2030)ରେ ପରିଣତ ହେବାର ଲକ୍ଷ୍ୟ ରହିଛି ।












Click it and Unblock the Notifications