Get Updates
Get notified of breaking news, exclusive insights, and must-see stories!

ଇଞ୍ଜିନରୁ ବାହାରିଲା ନିଆଁ,କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ତୁର୍କୀ ବିମାନ

ବୁଧବାର ଅପରାହ୍ନରେ ତୁର୍କୀସ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି । ପରେ ବିମାନଟିକୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତାରଣା କରାଯାଇଛି ।

ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀସ୍ ଏୟାରଲାଇନ୍ସର ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛିକ୍ଷଣ ପରେ ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । THY-727 ନମ୍ବର ବିଶିଷ୍ଟ ତୁର୍କୀସ୍ ଏୟାରଲାଇନ୍ସ ଏହି ବିମାନଟି ଉଡ଼ାଣ ଆରମ୍ଭ ହେବାର ଚାରି ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା । ବିମାନଟି ଅପରାହ୍ନ ୧:୨୮ରେ (ଭାରତୀୟ ସମୟ) ଉଡ଼ାଣ ଆରମ୍ଭ କରିଥିଲା । ଅଧିକାରୀଙ୍କ ଅନୁଯାୟୀ, ପାଇଲଟ୍ କାଠମାଣ୍ଡୁର ପଶ୍ଚିମ ଦିଗରେ ବିମାନକୁ ବୁଲାଇଥିଲେ ଏବଂ ଡାହାଣ ଇଞ୍ଜିନକୁ ବନ୍ଦ କରି ଦେଇଥିଲେ, ପ୍ରାୟ ୧୦ ମିନିଟ୍ ପାଇଁ ବିମାନକୁ ନିୟନ୍ତ୍ରଣରେ ରଖିଥିଲେ ।

Turkish plane
ବିମାନଟି ୨୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ବିମାନରେ ୧୧ଜଣ କ୍ରୁ ସଦସ୍ୟ ଥିଲେ । ଇଞ୍ଜିନରେ ଅଗ୍ନିକାଣ୍ଡର ରିପୋର୍ଟ ପରେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରାୟ ୧୫ ମିନିଟ୍ ପାଇଁ ବନ୍ଦ କରିଦିଆଯାଇଥିଲା । କୋଲକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ (NSCBI) ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ, ଇଂଜିନରେ ନିଆଁ ଲାଗିବ ପରେ ବିମାନକୁ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । କ୍ୟାପ୍ଟେନ କୋଲକାତା ATCକୁ ଡାହାଣ ଇଞ୍ଜିନରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ବିଷୟରେ ସୂଚନା ଦେଇଥିଲେ । କୋଲକାତା ବିମାନବନ୍ଦରରେ ଅପରାହ୍ନ ୦୨:୪୯ ରେ ଏହା ଅବତରଣ କରିଥିଲା ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+