ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ: ସମାବେଶୀ ନବସୃଜନକୁ ପ୍ରୋତ୍ସାହନ ଦେଉଛି 10,300 କୋଟି ଟଙ୍କାରୁ ଅଧିକ ନିବେଶ

ଭାରତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ ଏକ ନୂତନ ଯୁଗର ସନ୍ଧିକ୍ଷଣରେ ଠିଆ ହୋଇଛି, ଯେଉଁଠି ପ୍ରଯୁକ୍ତିବିଦ୍ୟା ଜୀବନକୁ ପରିବର୍ତ୍ତନ କରୁଛି ଏବଂ ଦେଶର ପ୍ରଗତିକୁ ଆକାର ଦେଉଛି। ଇଣ୍ଡିଆଏଆଇ ମିଶନ ଏବଂ ଏଆଇ ପାଇଁ ଉତ୍କର୍ଷତା କେନ୍ଦ୍ର ଭଳି ପଦକ୍ଷେପ ଏହି ପରିବର୍ତ୍ତନର କେନ୍ଦ୍ରରେ ଅଛି। ଏଗୁଡ଼ିକ କମ୍ପ୍ୟୁଟିଂ ଶକ୍ତିକୁ ବିସ୍ତାର କରୁଛନ୍ତି, ଗବେଷଣାକୁ ସମର୍ଥନ କରୁଛନ୍ତି, ଏବଂ ଷ୍ଟାର୍ଟଅପ୍ ଓ ଅନୁଷ୍ଠାନଗୁଡ଼ିକୁ ସମାଧାନ ସୃଷ୍ଟି କରିବାରେ ସାହାଯ୍ୟ କରୁଛନ୍ତି ଯାହା ସିଧାସଳଖ ଲୋକଙ୍କୁ ଉପକୃତ କରୁଛି। ଭାରତର ଆଭିମୁଖ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ମୁକ୍ତ, ଶସ୍ତା ଏବଂ ସୁଲଭ କରିବା ଉପରେ ଧ୍ୟାନ ଦେଇଥାଏ, ଯାହା ଦ୍ୱାରା ନବସୃଜନ ସମଗ୍ର ସମାଜରେ ଉନ୍ନତି ଆଣୁଛି ।

କୃତ୍ରିମ ବୁଦ୍ଧିମତା କ'ଣ

କୃତ୍ରିମ ବୁଦ୍ଧିମତା (ଏଆଇ) ଏପରି ଏକ ପ୍ରଯୁକ୍ତି ଯାହା ସାଧାରଣତଃ ମଣିଷମାନେ କରୁଥିବା କାର୍ଯ୍ୟକୁ ମେସିନଗୁଡ଼ିକୁ କ୍ଷମତା ପ୍ରଦାନ କରିଥାଏ। ଏହା ସିଷ୍ଟମଗୁଡ଼ିକୁ ଅଭିଜ୍ଞତାରୁ ଶିଖିବାକୁ, ନୂତନ ପରିସ୍ଥିତିରେ ଖାପ ଖୁଆଇବାକୁ ଏବଂ ସ୍ୱାଧୀନ ଭାବରେ ଜଟିଳ ସମସ୍ୟାର ସମାଧାନ କରିବାକୁ ସକ୍ଷମ କରିଥାଏ।

Transforming India with AI

ଏହି ସମାବେଶୀ ଦୃଷ୍ଟିକୋଣ ନୀତି ଆୟୋଗର ରିପୋର୍ଟ, ''ସମାବେଶୀ ସାମାଜିକ ବିକାଶ ପାଇଁ ଏଆଇ (ଅକ୍ଟୋବର 2025)''ରେ ମଧ୍ୟ ପ୍ରତିଫଳିତ ହୋଇଛି। ଏହି ରିପୋର୍ଟ ଦର୍ଶାଉଛି ଯେ କିପରି ଏଆଇ ଭାରତର 490 ନିୟୁତ ଅସଂଗଠିତ ଶ୍ରମିକଙ୍କୁ ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ଏବଂ ଆର୍ଥିକ ଅନ୍ତର୍ଭୂକ୍ତୀକରଣର ସୁବିଧା ବିସ୍ତାର କରି ସଶକ୍ତ କରିପାରିବ।

ଭାରତରେ ବର୍ତ୍ତମାନ ଏଆଇ ଇକୋସିଷ୍ଟମ୍‌

ଭାରତର ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦ୍ରୁତ ଗତିରେ ବିସ୍ତାର କରୁଛି ଏବଂ ଚଳିତ ବର୍ଷ ବାର୍ଷିକ ରାଜସ୍ୱ 280 ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଇକୋସିଷ୍ଟମ୍‌ରେ 6 ନିୟୁତରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି।

ଦେଶରେ 1,800ରୁ ଅଧିକ ବିଶ୍ୱସ୍ତରୀୟ କ୍ଷମତା କେନ୍ଦ୍ର ରହିଛି, ଯେଉଁଥିରେ 500 ରୁ ଅଧିକ ଏଆଇ ଉପରେ କେନ୍ଦ୍ରିତ।

ଭାରତରେ ପ୍ରାୟ 1.8 ଲକ୍ଷ ଷ୍ଟାର୍ଟଅପ୍‌ ଅଛି, ଏବଂ ଗତ ବର୍ଷ ଶୁଭାରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରୁ ପ୍ରାୟ 89% ସେମାନଙ୍କ ଉତ୍ପାଦ କିମ୍ବା ସେବାରେ ଏଆଇ ବ୍ୟବହାର କରିଛନ୍ତି।

ନାସକମ୍‌ ଏଆଇ ଗ୍ରହଣ ସୂଚକାଙ୍କରେ, ଭାରତ 4 ରୁ 2.45 ସ୍କୋର କରିଛି, ଯାହା ଦର୍ଶାଉଛି ଯେ 87% ଉଦ୍ୟୋଗ ସକ୍ରିୟ ଭାବରେ ଏଆଇ ସମାଧାନ ବ୍ୟବହାର କରୁଛନ୍ତି।

ଏଆଇକୁ ଗ୍ରହଣ କରିଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିଳ୍ପ ଏବଂ ଅଟୋମୋଟିଭ୍, ଉପଭୋକ୍ତା ସାମଗ୍ରୀ ଏବଂ ଖୁଚୁରା, ବ୍ୟାଙ୍କିଂ, ଆର୍ଥିକ ସେବା ଏବଂ ବୀମା ଏବଂ ସ୍ୱାସ୍ଥ୍ୟସେବା ଅନ୍ତର୍ଭୁକ୍ତ। ଏମାନେ ଏକାଠି ଏଆଇର ମୋଟ ମୂଲ୍ୟର ପ୍ରାୟ 60 ପ୍ରତିଶତ ଅବଦାନ ରଖନ୍ତି।

ସାମ୍ପ୍ରତିକ ବିସିଜି ସର୍ଭେ ଅନୁଯାୟୀ, ପ୍ରାୟ 26% ଭାରତୀୟ କମ୍ପାନୀ ସ୍କେଲରେ ଏଆଇ ପରିପକ୍ୱତା ହାସଲ କରିଛନ୍ତି।

ଭାରତ ଏକ ସମାବେଶୀ ଏଆଇ ଇକୋସିଷ୍ଟମ୍ ନିର୍ମାଣ କରୁଥିବା ବେଳେ ବର୍ଦ୍ଧିତ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଶର ପ୍ରଗତିକୁ ପ୍ରତିଫଳିତ କରୁଛି। ଷ୍ଟାନଫୋର୍ଡ ଏଆଇ ଇଣ୍ଡେକ୍ସ ଭଳି ମାନ୍ୟତାରେ ଭାରତ ଏଆଇ ଦକ୍ଷତା, ସାମର୍ଥ୍ୟ ଏବଂ ନୀତିରେ ଶ୍ରେଷ୍ଠ ଚାରିଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଗିଟହବରେ ଏଆଇ ପ୍ରକଳ୍ପରେ ମଧ୍ୟ ଦେଶ ଦ୍ୱିତୀୟ ସର୍ବବୃହତ ଯୋଗଦାନକାରୀ। ଭାରତ ଏଆଇର ଉପଯୋଗ କରି 2047 ସୁଦ୍ଧା ବିକଶିତ ଭାରତର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଦିଗରେ ଆଗକୁ ବଢ଼ୁଛି ।

ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇକୁ କାର୍ଯ୍ୟକାରୀ କରିବା ଲାଗି ମାର୍ଚ୍ଚ 2024ରେ ଇଣ୍ଡିଆ ଏଆଇ ମିଶନକୁ କ୍ୟାବିନେଟ ମଞ୍ଜୁରି ମିଳିଥିଲା। ପାଞ୍ଚ ବର୍ଷର ଅବଧି ଲାଗି ଏହି ମିଶନ ପାଇଁ 10,371.92 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମିଶନର ଶୁଭାରମ୍ଭ ପରଠାରୁ, ଏହା ଦେଶର କମ୍ପ୍ୟୁଟିଂ ଭିତ୍ତିଭୂମି ବିସ୍ତାର କରିବାରେ ଦୃଢ଼ ଅଗ୍ରଗତି କରିଛି। 10,000 ଜିପିୟୁର ପ୍ରାରମ୍ଭିକ ଲକ୍ଷ୍ୟରୁ, ଭାରତ ବର୍ତ୍ତମାନ 38,000 ଜିପିୟୁ ହାସଲ କରିଛି, ଯାହା ବିଶ୍ୱସ୍ତରୀୟ ଏଆଇ ସମ୍ବଳଗୁଡ଼ିକୁ ସୁଲଭ ଉପଲବ୍ଧତା ପ୍ରଦାନ କରୁଛି। ଜିପିୟୁ ବା ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍‌ ହେଉଛି ଏକ ଶକ୍ତିଶାଳୀ କମ୍ପ୍ୟୁଟର ଚିପ୍‌ ଯାହା ମେସିନଗୁଡ଼ିକୁ ଦ୍ରୁତ ଗତିରେ ଭାବିବା, ଇମେଜଗୁଡ଼ିକୁ ପ୍ରୋସେସ୍‌ କରିବା, ଏଆଇ କାର୍ଯ୍ୟକ୍ରମ ପରିଚାଳନା କରିବା ଏବଂ ଏକ ନିୟମିତ ପ୍ରୋସେସର ତୁଳନାରେ ଜଟିଳ କାର୍ଯ୍ୟଗୁଡ଼ିକୁ ଦକ୍ଷ ଭାବେ ପରିଚାଳନା କରିବାରେ ସହାୟକ ହୋଇଥାଏ। ଏଆଇ ମିଶନକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଏକ ସ୍ୱାଧୀନ ବ୍ୟବସାୟ ବିଭାଗ ଇଣ୍ଡିଆ ଏଆଇ ପରିଚାଳନା କରୁଛି।

ଇଣ୍ଡିଆ ଏଆଇ ମିଶନର ସାତଟି ସ୍ତମ୍ଭ ରହିଛି । କମ୍ପୁଟର ସ୍ତମ୍ଭ ଘଣ୍ଟାକୁ ମାତ୍ର 65 ଟଙ୍କା ଦରରେ ହାଇଏଣ୍ଡ ଜିପିୟୁ ଯୋଗାଇ ଦେଉଛି। ଏହାବ୍ୟୀତ ଆପ୍ଲିକେସନ ବିକାଶ ଉପକ୍ରମ ଭାରତ ସହ ଜଡ଼ିତ ଆହ୍ୱାନ ପାଇଁ ଏଆଇ ପ୍ରୟୋଗ ବିକଶିତ କରୁଛି। ଏହାବ୍ୟତୀତ ଏଆଇ କୋଷ (ଡାଟାସେଟ୍‌ ପ୍ଳାଟଫର୍ମ) 20ଟି କ୍ଷେତ୍ରରେ ତିନି ହଜାରରୁ ଅଧିକ ଡାଟା ସେଟ୍‌ ଏବଂ 243ଟି ଅଧିକ ଏଆଇ ମଡେଲ ଯୋଗାଇ ଦେଉଛି । ଇଣ୍ଡିଆ ଏଆଇ ଫାଉଣ୍ଡେସନ ମଡେଲ ଭାରତୀୟ ତଥ୍ୟ ଏବଂ ଲାଙ୍ଗୁଏଜ ବ୍ୟବହାର କରି ବୃହତ ବହୁମୁଖୀ ମଡେଲ ପ୍ରଦାନ କରୁଛି । ଏଥିରେ 500ରୁ ଅଧିକ ପ୍ରସ୍ତାବ ମିଳିଥିବା ବେଳେ ସର୍ବବ ଏଆଇ, ସୋକେଟ୍‌ ଏଆଇ, ଜ୍ଞାନୀ ଏଆଇ ଏବଂ ଗ୍ୟାନ ଏଆଇକୁ ପ୍ରାଥମିକ ପର୍ଯ୍ୟାୟରେ ଚୟନ କରାଯାଇଛି। ଇଣ୍ଡିଆ ଏଆଇ ଭବିଷ୍ୟତ ଦକ୍ଷତା ସ୍ତମ୍ଭ ମାଧ୍ୟମରେ ପେସାଦାରମାନଙ୍କୁ ଏଆଇ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ଏହା ଷ୍ଟେସନ୍ ଏଫ ଏବଂ ଏଚଇସି ପ୍ୟାରିସ୍ ସହଯୋଗରେ 10ଟି ଭାରତୀୟ ଷ୍ଟାର୍ଟଅପ୍‌କୁ ୟୁରୋପୀୟ ବଜାରରେ ବିସ୍ତାର କରିବାରେ ସାହାଯ୍ୟ କରେ। ନିରାପଦ ଓ ବିଶ୍ୱସ୍ତ ଏଆଇ ସ୍ତମ୍ଭ ଦୃଢ଼ ପ୍ରଶାସନ ସହିତ ଉତ୍ତରଦାୟୀ ଏଆଇ ଗ୍ରହଣୀୟତା ସୁନିଶ୍ଚିତ କରୁଛି ।

ସେହିପରି ସରକାର ଏଆଇ କ୍ଷେତ୍ରରେ ତିନୋଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଆଉ ଗୋଟିଏ କେନ୍ଦ୍ର ପାଇଁ ଘୋଷଣା କରାଯାଇଛି। ଏଆଇ ଦକ୍ଷତା ଢାଞ୍ଚା ଜରିଆରେ ସରକାରୀ ଅଧିକାରୀମାନଙ୍କୁ ଏଆଇ କୌଶଳରେ ଦକ୍ଷ କରିବା ଲାଗି ତାଲିମ ଦିଆଯାଉଛି। ଇଣ୍ଡିଆ ଏଆଇ ଷ୍ଟାର୍ଟଅପ୍‌ ଗ୍ଲୋବାଲ୍‌ ଆକ୍ସେଲରେସନ୍‌ ପ୍ରୋଗ୍ରାମ, ସର୍ବମ୍‌ ଏଆଇ: ଦକ୍ଷ ଆଧାର ସେବା, ଭାଷା ଅନୁବାଦ ପ୍ଲାଟଫର୍ମ ଭାଷିନୀ, ଭାରତର ବହୁଭାଷୀ ଏଆଇ ମଡେଲ୍‌ ଭାରତ୍‌ ଜେନ୍‌ ଏଆଇ ଆଦି ଉପକ୍ରମ ଦେଶରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛି। ଆସନ୍ତା ବର୍ଷ ଫେବୃଆରୀ ମାସରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନ କରାଯିବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନବସୃଜନର ଏକ ନୂତନ ତରଙ୍ଗ ଚଳାଉଛି ଯାହା ସ୍ୱାସ୍ଥ୍ୟସେବା ଏବଂ ଚାଷ ଠାରୁ ଆରମ୍ଭ କରି ଶିକ୍ଷା, ଶାସନ ଏବଂ ଜଳବାୟୁ ପୂର୍ବାନୁମାନ ପର୍ଯ୍ୟନ୍ତ ଦୈନନ୍ଦିନ ଜୀବନର ପ୍ରତ୍ୟେକ ଅଂଶକୁ ସ୍ପର୍ଶ କରୁଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଡାକ୍ତରମାନଙ୍କୁ ଆଗୁଆ ରୋଗ ଚିହ୍ନଟରେ ସହାୟକ ହେବା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଟେଲି ମେଡ଼ିସିନ ସୁବିଧା ପହଞ୍ଚାଇବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସହାୟକ ହେଉଛି। ଚାଷୀଙ୍କ ପାଇଁ ଏହା ପାଣିପାଗ ପୂର୍ବାନୁମାନ ଠାରୁ ଆରମ୍ଭ କରି କୀଟ ମୁକାବିଲା ଏବଂ ଜଳସେଚନ ଓ ବିହନ ବୁଣିବା ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ଦେଉଛି। ଶିକ୍ଷା କ୍ଷେତ୍ରକୁ ଏଆଇ ଅଧିକ ସମାବେଶୀ, ସମ୍ପୃକ୍ତି ଆଧାରିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଛି। ପ୍ରଶାସନ ଏବଂ ସାର୍ବଜନୀନ ସେବା ଯୋଗାଣକୁ ଏଆଇ ତ୍ୱରାନ୍ୱିତ କରିଛି। ଭାରତର ସୁପ୍ରିମକୋର୍ଟଙ୍କ ତଥ୍ୟ ଅନୁଯାୟୀ, ଇ-କୋର୍ଟସ୍ ପ୍ରକଳ୍ପ ପର୍ଯ୍ୟାୟ III ଅଧୀନରେ, ନ୍ୟାୟ ବ୍ୟବସ୍ଥାକୁ ଅଧିକ ଦକ୍ଷ ଏବଂ ସୁଗମ କରିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରାଯାଉଛି। ପ୍ରାକୃତିକ ଘଟଣାଗୁଡ଼ିକର ପୂର୍ବାନୁମାନ ଏବଂ ପ୍ରତିକ୍ରିୟା ଦେବା ପାଇଁ ଭାରତର କ୍ଷମତାକୁ ଏଆଇ ସୁଦୃଢ଼ କରୁଛି। ଭାରତ ପାଣିପାଗ ବିଭାଗ ବର୍ଷା, କୁହୁଡ଼ି, ବିଜୁଳି ଏବଂ ଅଗ୍ନିକାଣ୍ଡର ପୂର୍ବାନୁମାନ କରିବା ପାଇଁ ଏଆଇ ଆଧାରିତ ମଡେଲ ବ୍ୟବହାର କରେ।

ଏଆଇ କାରଣରୁ ଚାକିରି ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲେ ମଧ୍ୟ ଏହା ନୂଆ ପ୍ରକାରର ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଦେଖାଯାଇଛି । ବାର୍ଷିକ 15 ପ୍ରତିଶତ ଅଭିବୃଦ୍ଧି ସହିତ 2027 ସୁଦ୍ଧା ଏଆଇ କ୍ଷେତ୍ରରେ 12.5 ଲକ୍ଷ ପେସାଦାରଙ୍କ ପାଇଁ ଚାକିରି ସୃଷ୍ଟି ହେବ। ଡାଟା ସାଇନ୍ସ, ଏଆଇ ଇଞ୍ଜିନିୟରିଂ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ଏଆଇ ମଧ୍ୟ ସାମାଜିକ କ୍ଷେତ୍ରରେ ସମାବେଶୀ ବିକାଶ ଆଣୁଛି। ଡିଜିଟାଲ ଶ୍ରମ ସେତୁ ମିଶନ ଭାରତର ଅନୌପଚାରିକ କ୍ଷେତ୍ରରେ ଅଗ୍ରୀମ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରୁଛି। ଏସବୁ ପଦକ୍ଷେପ ସହିତ ଇଣ୍ଡିଆ ଏଆଇ ମିଶନର ଲକ୍ଷ୍ୟ ହେଉଛି 2035 ସୁଦ୍ଧା ଭାରତକୁ ସମାବେଶୀ ଏଆଇ ପ୍ରୟୋଗ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+