ପେନ୍ନାୟାର୍ ନଦୀଜଳକୁ ନେଇ ତାମିଲ୍ନାଡ଼ୁ ଓ କର୍ଣ୍ଣାଟକ ବିବାଦର ସମାଧାନ ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ପେନ୍ନାୟାର୍ ନଦୀଜଳ ବଣ୍ଟନକୁ ନେଇ ତାମିଲ୍ନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଥିବା ବହୁଦିନର ଦ୍ୱନ୍ଦ୍ୱକୁ ସମାଧାନ କରିବା ଲାଗି ଏକ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଏନ୍.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ବେଞ୍ଚ୍ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ସହିତ ଏକମାସ ମଧ୍ୟରେ ଟ୍ରିବ୍ୟୁନାଲ୍ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

ଜଷ୍ଟିସ୍ ନାଥ୍ କହିଛନ୍ତି, ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଲାଗି ଟ୍ରିବ୍ୟୁନାଲ୍ ଗଠନ ଦିଗରେ ବିଳମ୍ବ ହେବାର କୌଣସି କାରଣ ନାହିଁ । ପେନ୍ନାୟାର୍ ନଦୀ ଉପରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଚେକ୍ ଡ୍ୟାମ୍ ନିର୍ମାଣକୁ ନେଇ ୨୦୧୮ ମସିହାରେ ତାମିଲ୍ନାଡ଼ୁ ସରକାରଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । ଆନ୍ତଃରାଜ୍ୟ ନଦୀର ଜଳ ଏକ ଜାତୀୟ ସମ୍ପତ୍ତି ହୋଇଥିବା ଦୃଷ୍ଟିରୁ କୌଣସି ରାଜ୍ୟ ଏହା ଉପରେ ଏକକ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ବୋଲି ତାମିଲ୍ନାଡ଼ୁ ସରକାରଙ୍କ ପକ୍ଷରୁ ଅଦାଲତରେ ଦର୍ଶାଯାଇଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications