ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପଦରୁ ଅନ୍ତର କରିବା ନେଇ ଗୃହରେ ତିନି ଜଣ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରସ୍ତାବ ଲୋକସଭାରେ ଆଲୋଚନା ପାଇଁ ଗୃହୀତ ହେଲେ ଶ୍ରୀ ବିର୍ଲା ଆସନ୍ତାକାଲିର ଗୃହ କାର୍ଯ୍ୟରେ ଅଧ୍ୟକ୍ଷତା କରିବେ ନାହିଁ।

ଗତ ମାସରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ, ବାଚସ୍ପତିଙ୍କୁ ହଟାଇବାକୁ ଦାବି କରି ବିରୋଧୀ ଦଳ ପକ୍ଷରୁ ଲୋକସଭାର ମହାସଚିବଙ୍କୁ ଏକ ଅନାସ୍ଥା ନୋଟିସ୍ ଦିଆଯାଇଥିଲା। ନୋଟିସରେ ସେମାନେ ଶ୍ରୀ ବିର୍ଲାଙ୍କୁ ପକ୍ଷପାତପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଥିବାର ଅଭିଯୋଗ କରିଥିଲେ। ଏଥିରେ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ, ବାମପନ୍ଥୀ ଏବଂ ତୃଣମୂଳ କଂଗ୍ରେସ ବ୍ୟତୀତ ଅନ୍ୟ ୧୧୮ ଜଣ ସାଂସଦ ସ୍ୱାକ୍ଷର କରିଥିଲେ।
ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୨୮ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ୨୦୨୬-୨୭ ପାଇଁ କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ହୋଇଥିଲା।












Click it and Unblock the Notifications