ଅନିଲ ଅମ୍ବାନୀକୁ ସୁପ୍ରିମକୋର୍ଟଙ୍କ ସାନି ନୋଟିସ
ଶିଳ୍ପପତି ତଥା ଏଡିଏଜି ଗ୍ରୁପ୍ ମୁଖ୍ୟ ଅନିଲ ଅମ୍ବାନୀଙ୍କ ଅଡ଼ୁଆ ବଢ଼ିଛି। ସେ ଓ ତାଙ୍କ କମ୍ପାନି ଦ୍ବାରା କରାଯାଇଥିବା ବଡ଼ଧରଣର ବ୍ୟାଙ୍କ ଓ କର୍ପୋରେଟ୍ ଠକେଇର ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ଲାଗି ଆବେଦନ କରି ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍) ମାମଲାରେ ସୁପ୍ରିମକୋର୍ଟ ଆଜି ସାନି ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇ ଓ ଇଡିକୁ ସେମାନଙ୍କ ତଦନ୍ତ ଅଗ୍ରଗତି ସଂପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ୧୦ ଦିନ ଭିତରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଏହି ଦୁଇ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଏହି ମାମଲାରେ ପୂର୍ବରୁ ଅନିଲ ଅମ୍ବାନୀ ଓ ଏଡିଏଜିକୁ ନୋଟିସ ହୋଇଥିଲା। ତେଣୁ କୋର୍ଟରେ ହାଜର ହୋଇ ମତାମତ ରଖିବା ଲାଗି କୋର୍ଟ ସେମାନଙ୍କୁ ଶେଷ ସୁଯୋଗ ପ୍ରଦାନ କରୁଛନ୍ତି। ନୋଟିସ୍ ଯେଭଳି ଠିକ୍ ଭାବେ ଅନିଲ ଅମ୍ବାନୀ ଓ ଏଡିଏଜି ନିକଟରେ ପହଞ୍ଚିବ ତାହା ନିଶ୍ଚିତ କରିବା ସହ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୦ ଦିନ ପରେ ଏହି ମାମଲାର ପୁନଃଶୁଣାଣି କରିବାକୁ ସ୍ଥିର ହୋଇଛି।
ପୂର୍ବତନ କେନ୍ଦ୍ର ସଚିବଙ୍କ ଦ୍ବାରା ପିଆଇଏଲ୍ ଦାଖଲ
ପୂର୍ବତନ କେନ୍ଦ୍ର ସଚିବ ଇଏଏସ୍ ଶର୍ମାଙ୍କ ଦ୍ବାରା ପିଆଇଏଲ୍ ଦାଖଲ ହୋଇଛି। ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ମାମଲା ଲଢ଼ୁଛନ୍ତି। ଗତବର୍ଷ ନଭେମ୍ବର ୧୮ରେ ଏହି ମାମଲାରେ ପ୍ରଥମ ନୋଟିସ କେନ୍ଦ୍ର ସରକାର, ସିବିଆଇ, ଇଡି, ଅନିଲ ଅମ୍ବାନୀ ଓ ଏଡିଏଜି କମ୍ପାନିକୁ ଦିଆଯାଇଥିଲା।
ଭାରତ ଇତିହାସରେ ଏହା ସର୍ବବୃହତ୍ କର୍ପୋରେଟ୍ ଠକେଇ ବୋଲି କହିବା ସହିତ ପ୍ରଶାନ୍ତ ଭୂଷଣ ଦର୍ଶାଇଥିଲେ ଯେ ବ୍ୟାଙ୍କ ଓ ଅଧିକାରୀମାନଙ୍କ ଭୂମିକାକୁ ଜାଣିବାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିଫଳ ହୋଇଛନ୍ତି। ସେ ଯୁକ୍ତି ଦର୍ଶାଇଥିଲେ ଯେ ୨୦୨୫ରେ ଏତଲା ରୁଜୁ ହୋଇଥିଲା। କିନ୍ତୁ ଏସବୁ ଜାଲିଆତି ୨୦୨୭-୦୮ରେ ହୋଇଥିଲା। ସିବିଆଇ ଓ ଇଡି ସେମାନଙ୍କ ତଦନ୍ତ ପରିସରକୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଭୂଷଣ କୋର୍ଟକୁ ନିବେଦନ କରିଥିଲେ। ଋଣ ଦେଇଥିବା ସଂସ୍ଥା ଓ ସେମାନଙ୍କ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଅସାଧୁ ମେଣ୍ଟକୁ ଠିକ୍ଭାବେ ଏହି ସଂସ୍ଥା ଦୁଇଟି ତଦନ୍ତ କରୁନାହାନ୍ତି ବୋଲି ସେ ଦର୍ଶାଇଥିଲେ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
In Ayodhya, Gautam Adani Reaffirms Faith and Seva, Honouring India’s Living Traditions -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications